Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Others

3  

Sahadev Behera

Others

ନାୟିକା

ନାୟିକା

1 min
11.4K


ମୁହଁରେ ଲଗାଇ   ପ୍ରସାଧନୀ ଦ୍ରବ୍ୟ

      ସାଜଇ କେବେ ସେ ବୀରା 

ହାଥ ପାହାନ୍ତାରେ    ଆକାଶଟା ଛିଡେ

      ଧରା ଦିଏ ଚନ୍ଦ୍ର ତାରା  ll 1

     

ଗରିବ ପେଟରେ  ଦାନା ଗଣ୍ଡେ ପାଇଁ 

     ସାଜେ ତରୁଣୀ ନାୟିକା  

ହୋଇଗଲେ ରାତି  ଲୁଚାଏ ତା ଦେହ

     ପିନ୍ଧି ସେ ଶାଢୀ ଦାମିକା  ll 2

    

କେତେ ବେଳେ ରାଣୀ  ରାଜକୁମାରୀ ସେ 

       କେବେ ଶିଳ୍ପପତି ଝିଅ 

କେବେ ଆଧୁନିକା     କୋଟିପତି ନାରୀ 

       କେବେ ଝରେ ଆଖି ଲୁହ ll 3

     

ଦର୍ଶକ ହସନ୍ତି     ଭରିଯାଏ ପେଟ

       ଦେଖି ଅଭିନୟ ତା'ର 

କରୁଣ ଦୃଶ୍ୟରେ     କୋହ ଫାଟିଯାଏ 

      ଝରାନ୍ତି କେ ଲୁହ ଧାର ll 4

    

ସାଜିଲେ ନାୟିକା    ଅଜାଡି ହୁଅନ୍ତି 

    ନେତା ମନ୍ତ୍ରୀ ଧନୀ ପୁଅ

ମୁହେଁ ପାଉଡର    ଲିଭିଗଲା ପରେ 

    ଛୁଟେନି କାହାର ସୁଅ ll 5

  

ରାତି ଗଲେ ପାହି  ହୁଏ ଯେବେ ଦିନ 

    ବଦଳିଯାଏ ଠିକଣା 

କିଏ ନାକ ଟେକେ  ଯାତ୍ରାବାଲୀ କହି

    କିଏବା  କରନ୍ତି ଘୃଣା ll 6

     

ଜୀବନ ନାଟକ  ସମୟ ମଞ୍ଚରେ 

     ଅଟେ ସିନା କଳାକାର 

ସତ ମିଛ ଏଠି     ଅଭିନୟ କରି 

   ପାଏ ଘୃଣା ପୁରସ୍କାର ll 7

    

ରଙ୍ଗ  ଦୁନିଆର  ଅନ୍ଧାରି ମୂଲକେ 

    ଥାଏ ସିନା ତା'ର ଭାଉ 

ଖୋଲା ଏ ସଂସାରେ  କିଏ ବା ତାହାକୁ 

    କରିବାକୁ ଚାହେଁ ବୋହୂ ll 8

  


Rate this content
Log in