Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Sahu

Others

3  

Prasanta Sahu

Others

ନାଉରିକୁ ପଦେ

ନାଉରିକୁ ପଦେ

1 min
244



କାହୁଁ ଦୂରୁ ମାଡ଼ିଆସେ ଶୁଭ୍ର ଘନତରୀ

ଢାଳେ ଅଶ୍ରୁ ଅବାରିତ କିଏ ସେ ପଝାରି ?

ଗଗନ ଅର୍ଣ୍ଣବ ଦିଶେ ଅତୀବ ଛବିଳ

କି ଦରଦେ ଦୁଃଖିନୀ ସେ ମୁଖ ତା' ଅଶ୍ରୁଳ !


କିବା ସୁଖ ଛାଡ଼ିଅଛି ଘେନିଯାଅ କାହିଁ

ଅବା କା' ବିଚ୍ଛେଦେ କାନ୍ଦେ ପାରେ ନା ସେ ସହି !

କେଡେ ନିରୀଦୟ ତୁମେ ନାଉରି ପ୍ରବର

ହୋଇନାହଁ କିବା ତୁମେ ବିରହେ କାତର ?


ଜୀବନର ମଧୁବନେ ହଜନ୍ତି ସରବେ

ରାହା ପୁଣି ଆପେ ଫିଟେ ପ୍ରାଣପକ୍ଷୀ ରାବେ ।

ଝରିଯାଏ ପ୍ରେମବାରି ଦିବ୍ୟତାକୁ ଦେଖି

ଗଢିଦିଏ ନବଯୁଗ ପ୍ରତ୍ୟାଶା ନରଖି ।।


ସାମାନ୍ୟ ନଭାବ କେବେ ତୁମ ସହଯାତ୍ରୀ

ଯତନେ ବାହୁଥ' ତରୀ ଦୁଃଖଯାଉ ବିତି ।।




Rate this content
Log in