STORYMIRROR

Sanjya Tripathy

Others

3  

Sanjya Tripathy

Others

ନାଟକ

ନାଟକ

1 min
347

ଫୁଲଟିଏ ଫୁଟିଲା

ତାର ବାସ ଚହଟି ଗଲା

ସେ କବରୀରେ ଝୁଲା ହେଲା

ଶର୍ବରୀ ମାୟାରେ ଅପରୂପା ହେଲା

ଦାହ ପାଇଁ ଛିନ୍ନ ବିଚ୍ଛିନ୍ନ ହେଲା

ଶେଷରେ ଝରା ଶେଫାଳୀଟିଏ ଝରିଗଲା ନାଟକର

ଅନ୍ତିମ ରୋଷଣୀ

ଉଦୁଉଦିଆ ଦି ପହର ଅସମ୍ଭାଳ ଖରାରେ

ବୃନ୍ତଚ୍ୟୁତ ହେଲା ପୁଣି ଗୋଟିଏ ଫୁଲ

ମୌସୁମୀର ବିଦଗ୍ଧ ଫୁଲ ବନରେ ଏବେ ନୀରବତା

ନୀରବତା ନଷ୍ଟ ନୀଡର

ନୀରବତା ନିଖୋଜ ଈଶ୍ୱରଙ୍କର

ଏବେ ମୁଁ ନିତି ଫୁଲ ଗଛରେ ପାଣି ଦେବି

ତାକୁ ସଯତ୍ନେ ବର୍ଦ୍ଧିତ କରିବି

ଝରିବାକୁ ଦେବିନି ପ୍ରାସଙ୍ଗିକତାର ଅସଂଲଗ୍ନ ବେଳାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍