STORYMIRROR

Sanjya Tripathy

Others

3  

Sanjya Tripathy

Others

ନାଟକ

ନାଟକ

1 min
195


ଫୁଲଟିଏ ଫୁଟିଲା

ତାର ବାସ ଚହଟି ଗଲା

ସେ କଦରୀରେ ଝୁଥା ହେଲା

ଶର୍ବରୀ ମାୟାରେ ଅପରୂପା ହେଲା

ଦାହ ପାଇଁ ଛିନ୍ନ ବିଚ୍ଛିନ୍ନ ହେଲା

ଶେଷରେ ଝରା ଶେଫାଳୀଟିଏ ଝରିଗଲା ନାଟକର

ଅନ୍ତିମ ରୋଷଣୀ

ଉଦୁଉଦିଆ ଦି ପହର ଅସଭାଳ ଖରାରେ

ବୃନ୍ତଚ୍ୟୁତ ହେଲା ପୁଣି ଗୋଟିଏ ଫୁଲ

ମୌସୁମୀର ବିଦଗ୍ଧ ଫୁଲ ବନରେ ଏବେ ପ୍ରଶ୍ୟତ

ନିରବତା

ନିରବତା ନଷ୍ଟ ନୀଡର

ନିରବତା ନିଖୋଜ ଈଶ୍ୱରଙ୍କର ।

ଏବେ ମୁଁ ନିଇତି ଫୁଲ ଗଛରେ ପାଣି ଦେବି

ତାକୁ ସଯତ୍ନ ବର୍ଦ୍ଧିତ କରିବି

ଝରିବାକୁ ଦେବିନି ପ୍ରାସଙ୍ଗିକତାର ଅସଂଲଗ୍ନ ବେଳାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍