STORYMIRROR

Tapan Kumar Swain

Others

3  

Tapan Kumar Swain

Others

ନାସ୍ତିକ

ନାସ୍ତିକ

1 min
280

ନାସ୍ତିକ ଚିନ୍ତାରେ ଜାଗ ଯଜ୍ଞ ପୂଜା

ନାହିଁ କିଛି ତନ୍ତ୍ର ମନ୍ତ୍ର,

ବିଜ୍ଞାନ ସମ୍ମତ ଯେତେ ଯାହା ଦେଖ

ସବୁର ଅସ୍ତିତ୍ବ ଯନ୍ତ୍ର ।


ଜାତିଧର୍ମ ନୀତି ବର୍ଣ୍ଣ ବୈଶ୍ୟମତା

ଭ୍ରମ ମଣିଷର ଚିନ୍ତା ,

ଜୀବର ଅସ୍ତିତ୍ବ ସବୁ ଲିନ୍ନ ହୁଏ

ଲିଭି ଗଲାପରେ ଚିତା ।


ସୂର୍ଯ୍ୟ,ଚନ୍ଦ୍ର,ତାରା,ଗ୍ରହ,ଉପଗ୍ରହ

ତିଥି,ବର୍ଷ,ମାସ,ଦିନ,

ପକ୍ଷ, ଲଗ୍ନ,ବାର ବିଜ୍ଞାନ ସମ୍ମତ

ଆଉ କିଛି ନୁହେଁ ଭିନ୍ନ ।


ସଚରାଚର ଯାହା ଦୃଶ୍ୟମାନ ସବୁ

ଜଳ ସ୍ଥଳ ବୃକ୍ଷ ଲତା,

ପାହାଡ଼ ପର୍ବତ ନଦୀ ପୁଷ୍କରିଣୀ

କେଉଁ ଈଶ୍ୱରଙ୍କ ସତ୍ତା ?


ଅବସ୍ତିତି ଆଉ ଅବସ୍ଥାର ସବୁ

ଭିନ୍ନ ଭିନ୍ନ ମତଭେଦ,

ନାସ୍ତିକ ଚିନ୍ତାରେ ଯାହା ସବୁ ସ୍ଥିତି

ବୈଜ୍ଞାନିକ ମତବାଦ ।


କିଏସେ ଈଶ୍ୱର ଅଛି କିବା ସତ୍ତା

ନୁହେଁ କିମ୍ପା ଦୃଶ୍ୟମାନ,

ପାରିବକି କେହି ଦେଖାଇ ତାହାଙ୍କୁ

ଧରା ବକ୍ଷେ ବିଦ୍ୟମାନ ।


ସୃଷ୍ଟିର ଆରମ୍ଭ ନୁହେଁ ଓଁକାରରୁ

ସୃଷ୍ଟି ନୁହେଁ ଶବ୍ଦ ସଜ୍ଞା,

ସୃଷ୍ଟିର ଆରମ୍ଭ ସୃଷ୍ଟିର ବିଲୟ

ନୁହଁଇ କାହାର ଆଜ୍ଞା ।


ଥିବାଯାଏ ଜଳ ଥିବାଯାଏ ବାୟୁ

ଥିବାଯାଏ ବର୍ଷା, ଖରା,

ଥିବ ଏହି ମହୀ ସବୁଜ ସୁନ୍ଦର

ହସୁଥିବ ଏଇ ଧରା ।




Rate this content
Log in