STORYMIRROR

Bunee Tripathy

Others

4  

Bunee Tripathy

Others

ନାସ୍ତିକ

ନାସ୍ତିକ

1 min
535

ଉଠାଣି ଗଡାଣି ଦେଇ

ବୋହିଗଲା ପାଣିକୁ

ଅଟକାଇବାକୁ ଯାଇ

ମୁଁ ଯେବେ ନାସ୍ତିକ ହୋଇଛି

ତେବେ ହଁ ମୁଁ ନାସ୍ତିକ।


ସବୁ ଧର୍ମର ଆଗେ

ବଞ୍ଚିବାର ମୋହକୁ

ଚରିତାର୍ଥ କରିବାକୁ ଯାଇ

ମୁଁ ଯେବେ ନାସ୍ତିକ ହୋଇଛି

ତେବେ ହଁ ମୁଁ ନାସ୍ତିକ।


ଘଣ୍ଟଘଣ୍ଟିର ଆବରଣ ତଳେ

ମନ୍ଦିରର ଚଉହଦିରେ

ପୂଜିବାର ଅଭିଳାଷ

ଯଦି ନ ଆସଇ ମନେ ମୋର

ତେବେ ମୁଁ କଣ ନାସ୍ତିକ।


ଧର୍ମ ନାମେ ପିଟୁନି ଡିଣ୍ଡିମ

ଧର୍ମ ଠାରୁ ଜୀବନଟା ବଡ

ମୃତ୍ୟୁ ଠାରୁ ଜୀଵନଟା ବଡ

ହଜିବିଠୁ ଖୋଜିବାଟା ବଡ

ଭାବନାଟା ଯଦି ମୋର ଭୁଲ

ହଁ ମୁଁ ତେବେ ନାସ୍ତିକ।


ନାସ୍ତିକ ପରିଚୟ ନେଇ

ଘୃଣିତର ଆଖ୍ଯା ନେଇ

ଜାରି ରହେ ସଂଗ୍ରାମ ମୋର

ଦିଅ ନିର୍ଯ୍ୟାତନା

ଅବା ଲାଞ୍ଛନା

ତଥାପି ମୋ ପାଇଁ

ଜୀବନଟା ଅଟେ ମୂଲ୍ଯବାନ।



Rate this content
Log in