STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ନାସ୍ତିକ ଉବାଚ

ନାସ୍ତିକ ଉବାଚ

1 min
307

ହଁ ହଁ ମୁଁ ନାସ୍ତିକ କହୁଛି ଯାହାକୁ ତୁମେ ନିନ୍ଦି ଆସୁଅଛ

ପାଗଳ ପ୍ରଳାପ ବୋଲି ମୋ କଥାକୁ ବିଦ୍ରୂପ କରିଛ

ହେ ଈଶ୍ୱର ବିଶ୍ୱାସୀ ମନୁଷ୍ୟ ଗଣ କହିବ କି ଥରେ ମୋତେ

ତୁମେ କଣ ତୁମ ଈଶ୍ୱରଙ୍କୁ ସମ୍ୟକ ଭାବେ ଚିହ୍ନିଛ ଜାଣିଛ !


ତୁମ ଈଶ୍ୱରଙ୍କୁ ନେଇ କର କେବେ ତୁମେ ବେପାର ବଣିଜ

ବିଶ୍ୱାସର ଅଭିନୟ କରି ଛଳନାର ପକାଅ ମୁରୁଜ

ମନୁଷ୍ୟତ୍ୱ ଧର୍ମ ତେଜି ମଜ୍ଜିଯାଅ ଜାତି ଧର୍ମ ବାଛ ବିଚାରରେ

ହୁଣ୍ଡିରେ ଖୁଚୁରା ପକାଇ ତୁମେ ଦେଖ ସ୍ୱପ୍ନର ସୂରୁଜ। 


ମନ୍ଦିର ସମ୍ମୁଖେ ଥିବା ଭିକ୍ଷୁକଙ୍କୁ କେବେ ଥରେ ପଚାରି ଦେଖ

ଏତେ ସାନ୍ନିଧ୍ୟରେ ଥାଇ ନିୟତି କାହିଁକି ରହିଛି ବିମୁଖ

ଯଦି କୁହ ଈଶ୍ୱର ଏକ ଆସ୍ଥା ଓ ବିଶ୍ୱାସରେ ହୁଅନ୍ତି ପ୍ରକଟ

ତେବେ ଅଛି କି ସେ ଆସ୍ଥା ତୁମ୍ଭ ହେଉ ସେ ଦୂର କିମ୍ବା ନିକଟ ସମ୍ପର୍କ। 


ତୁମ ପାପ ଭାରରେ ଗଙ୍ଗା ଗର୍ଭ ଦେଖ କିପରି ପ୍ରଦୁଷିତ

ଧୋତି, ତିଳକ ଓ ଜଟାର ମାୟାରେ ଧର୍ମ ଆଜି ଦେଖ କଳଙ୍କିତ

ମାନିଲେ ଈଶ୍ୱର ନହେଲେ ପଥର କହି ମୋତେ ନକରି ତାଛଲ୍ୟ

ପଥରକୁ ନମାନି ମାନି ଦେଖ ତୁମ ଚାରିପାଖରେ ଥିବା ଈଶ୍ୱର ଜୀବନ୍ତ। 


ତୁମକୁ ଅନେକ ଅଭିନନ୍ଦନ ଖୁସିରେ ରୁହ ତୁମ ଈଶ୍ୱରଙ୍କୁ ନେଇ

ମୁଁ ତ ମାନବ ଧର୍ମ ଦୀକ୍ଷିତ କର୍ମରେ ହିଁ ମୋ ଜୀବନକୁ ପାଇ

ତୁମେ ଠକିଚାଲ ଓ ଠକାମୀରେ ପଡ଼ୁଥିବ ବଞ୍ଚିଥିବା ଯାଏଁ

ଥରେ ନିଜକୁ ନିରେଖି ଦେଖ ତୁମେ ବାସ୍ତବରେ ଧାର୍ମିକ କି ନାହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍