STORYMIRROR

Sabita Nayak

Others

3  

Sabita Nayak

Others

ନାରୀର ଲୁହ

ନାରୀର ଲୁହ

1 min
169

ନାରୀର ଲୁହ

ଜାଳି ପୋଡିପାରେ 

ସ୍ବର୍ଣ୍ଣର ଲଙ୍କା 

ପୁରୁଷର ମିଥ୍ୟା 

ଗର୍ବ ଦମ୍ଭ ଅଭିମାନ 

ଐଶ୍ବର୍ଯ୍ଯ ଅହଂକାର ।

ନାରୀର ଲୁହ 

ଚୂର୍ଣ୍ଣ କରିପାରେ 

କୁରୁବଂଶ 

ଦୁଃଶାସନ ଆଉ ଦୁର୍ଯ୍ୟୋଧନର 

ପୌରୁଷ

ଅନ୍ୟାୟକୁ ସମର୍ଥନ କରି 

ବଳି ପଡିଯାଆନ୍ତି 

ସବୁ ରଥି ମହାରଥୀ 

କର୍ଣ୍ଣ ଭୀଷ୍ମ ଦ୍ରୋଣାଚାର୍ଯ୍ୟ ଶଲ୍ୟ ।

ନାରୀ ଚାହେଁ ନାହିଁ ଖାଲି 

ପୁରୁଷର ସ୍ପର୍ଶ

ଚାହେଁ 

ସମ୍ମାନ ବିଶ୍ବାସ ସ୍ନେହଁ ଶ୍ରଦ୍ଧା 

ଟିକିଏ ମିଳିଲେ 

ଫେରାଏ ଚାରିଗୁଣା କରି ।



Rate this content
Log in