STORYMIRROR

ସୁଭଦ୍ରା ସିଂହ

Others

3  

ସୁଭଦ୍ରା ସିଂହ

Others

ନାରୀର ଅନନ୍ୟ ରୂପ

ନାରୀର ଅନନ୍ୟ ରୂପ

1 min
190

ଅନେକ ଅନନ୍ୟ ରୂପ ତା'ର 

ତହୁଁ ସର୍ବଶ୍ରେଷ୍ଠ ମାତୃତ୍ବର। 


ନାଲି ଠୋପା ମଥାରେ ସିନ୍ଦୂର 

ମୋ ମାଆ ଦେହରେ ଶାଢୀ ସୁନ୍ଦର। 


କୋକିଳର ନାଦ ବୋଧେ ମଧୁର 

ମାଆର ମମତା ଅମୃତର ଧାର ।


ଛପନ ଭୋଗରେ ନପୁରେ ଉଦର

ସଦା ଲୋଡୁଥାଏ ସିନେହ ମାଆର। 


ଶେଫାଳି ଫୁଲର ବାସ୍ନା ମନୋହର 

ମାଆର ପଣତ ସରଗୁଁ ସୁନ୍ଦର ।


ସହିଷ୍ଣୁତା ଗୁଣୀ ନିସର୍ଗ ଦୁଲଣି

ମା ଜୀବନର ଐଶ୍ୱର୍ଯ୍ୟ ଭଣ୍ଡାର। 


ସତେ କି ଆଲୋକ ପ୍ରେମମୟୀ ରୂପ

ଉଜ୍ଜ୍ୱଳ ଅଂଶ ସେ ଶୁଭ ସକାଳର। 


ଅନେକ ଅନନ୍ୟ ରୂପ ତା'ର 

ସେ ମାତୃରୂପୀ ନାରୀତ୍ୱର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍