ନାରୀର ଅନନ୍ୟ ରୂପ
ନାରୀର ଅନନ୍ୟ ରୂପ
1 min
187
ଅନେକ ଅନନ୍ୟ ରୂପ ତା'ର
ତହୁଁ ସର୍ବଶ୍ରେଷ୍ଠ ମାତୃତ୍ବର।
ନାଲି ଠୋପା ମଥାରେ ସିନ୍ଦୂର
ମୋ ମାଆ ଦେହରେ ଶାଢୀ ସୁନ୍ଦର।
କୋକିଳର ନାଦ ବୋଧେ ମଧୁର
ମାଆର ମମତା ଅମୃତର ଧାର ।
ଛପନ ଭୋଗରେ ନପୁରେ ଉଦର
ସଦା ଲୋଡୁଥାଏ ସିନେହ ମାଆର।
ଶେଫାଳି ଫୁଲର ବାସ୍ନା ମନୋହର
ମାଆର ପଣତ ସରଗୁଁ ସୁନ୍ଦର ।
ସହିଷ୍ଣୁତା ଗୁଣୀ ନିସର୍ଗ ଦୁଲଣି
ମା ଜୀବନର ଐଶ୍ୱର୍ଯ୍ୟ ଭଣ୍ଡାର।
ସତେ କି ଆଲୋକ ପ୍ରେମମୟୀ ରୂପ
ଉଜ୍ଜ୍ୱଳ ଅଂଶ ସେ ଶୁଭ ସକାଳର।
ଅନେକ ଅନନ୍ୟ ରୂପ ତା'ର
ସେ ମାତୃରୂପୀ ନାରୀତ୍ୱର।
