STORYMIRROR

pratap nayak

Others

3  

pratap nayak

Others

ନାରୀ

ନାରୀ

1 min
319

ନାରୀ

ଂଂଂଂଂ

ହେଉ ଅପସରି କି 

ହେଉ ବାରନାରୀ

ଏତିକି ଯଥେଷ୍ଟ 

ସେ ଏକ ନାରୀ....


ପୁରୁଷ ପୁରୁଷ ଧରି 

ଜରାୟୁ ପୁରାଏ ...

ପୁରାଏ ବି ଥନ ....

ପେଟ ନପୁରିବା ଯାଏ ....

ମନ ନଭରିବା ଯାଏ ....

ଦେଉ ଥାଏ ତାର ଯୌବନକୁ ,

ଦେଉଥାଏ ତାର ଭବିଷ୍ୟତକୁ 

କେବଳ ପୁରେଇବା ପାଇଁ ,

ହଁ ...କେବଳ ପୁରେଇବା ପାଇଁ 

ଆମ ମନସ୍କାମ ....

ଆମ ମନସ୍କାମ ....

ପୁରିଗଲେ ପେଟ ...

ଭରିଗଲେ ମନ....

ମାଟିହାଣ୍ଡି ଭାଂଗିଯାଏ ...

ତିଳତିଳ ସଢେ ସିଏ ,

ହୋଇ ଅପସରି କି 

ହୋଇ ବାରନାରୀ!!

ମା'ର ଡାକ ସେ ପର୍ଯ୍ୟନ୍ତ ଥାଏ ,

ଯେ ପର୍ଯ୍ୟନ୍ତ ଥନରୁ କ୍ଷୀର ଶୁଖିନଥାଏ ...

ପାଦର ଘୁଂଗୁର ସେ ପର୍ଯ୍ୟନ୍ତ ବାଜେ ...

ଯେ ପର୍ଯ୍ୟନ୍ତ 

ଯୌବନ ଦେହରୁ ସରିନଥାଏ ....

କିନ୍ତୁ କିଛି ନଭାବି ସେ,

କିନ୍ତୁ କିଛି ନଭାବି ସେ....

ଦେଇଥାଏ ଥନ,

 କି ଦେଇଥାଏ ମନ....

ତାର ପରବାୟ ନଥାଏ,

ସେ ଜଣେ ଅପସରି କି 

ଜଣେ ବାରନାରୀ !!

କେବଳ ସେ ଏକା ଜାଣେ,

ତାକୁ ଆଉ କିଏ ଯାଣୁ କି ନ ଜାଣୁ 

 କେବଳ ସେ ଏକା ଜାଣେ,

ତାକୁ ଆଉ କିଏ ଜାଣୁ କି ନ ଜାଣୁ 

ସେ ଏକ ନାରୀ ....

ସେ ଏକ ନାରୀ....


Rate this content
Log in