Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ନାରୀ

ନାରୀ

1 min
184


ମାତୃ ଶକ୍ତି ରୂପେ

       ଜଗତେ ବନ୍ଦିତା

ନାରୀ ରୂପେ ନାରାୟଣୀ

ଦୟା କ୍ଷମା ଶାନ୍ତି

    ଶୋଭାରେ ମଣ୍ଡିତା

ସୃଷ୍ଟି ପାଳନକାରିଣୀ ।


ନାରୀ ତୁହି ଜାୟା 

      ନାରୀ ତୁ ଜନନୀ

ସ୍ନେହ ପ୍ରେମେ  ତୁହି ଛନ୍ଦା

ନାରୀ ଅଟେ ପତ୍ନୀ

       ନାରୀ ବି ଭଗିନୀ 

ତା  ପ୍ରେମେ  ଜଗତ ବନ୍ଧା ।


ନାରୀର ସମ୍ମାନ

        ଦୁନିଆରେ ବଡ

ବୁଝେନା  ସେକଥା କେ‌ହି

କେତେ କଷ୍ଟ ସହି

        ନାରୀ ତ ଗଢିଛି 

ସୁନାର  ସଂସାର  ସେହି ।


ଜୀବନ ନଉକା 

       ବାହି ନେଇଥାଏ

ଛାତିକୁ    ପଥର  କରି

ମଙ୍ଗଟିଏ ଧରି  

       ଗଭୀର ଜଳରେ

ହସି ‌ ହସି  କରେ  ପାରି ।


ଅସୀମ ଶକ୍ତିର

       ଆଧାର ନାରୀଟି

ନାହିଁ ଯେ  ତୁଳନା ତାର

ଯୁଗ ଯୁଗ ଧରି

       ଖ୍ୟାତି ରହିଅଛି

ସମ୍ମାନ  ରଖିବା   ତାର ।


ନାରି ଯେ ସଦୃଶ୍ୟ

       ଲକ୍ଷ୍ମୀଙ୍କ ପ୍ରତୀକ

ମନ୍ଦିର ‌    କରଇ  ଘର

ଉନ୍ନତି ପଥରେ

        ସଂସାରକୁ ନିଏ

ସହିଣ   ଦୁଃଖକୁ   ତାର ।


କେଉଁ ଥିରେ ନାରୀ

      ନୁହେଁ ଯେ ନିଊନ

ଦେବା  ଯୋଗ୍ୟ ସନମାନ

ଅବଳା ସିନା ସେ

      ଦୁର୍ବଳା     ନୁହଁନ୍ତି

କର     ନାହିଁ   ଅସମ୍ମାନ ।


ଯେଉଁ ଠାରେ ନାରୀ

       ପୂଜା ପାଇ ଥାଏ

ସ୍ଵର୍ଗ ସମ ସେହି ଘର

ନାରୀର ସମ୍ମାନ

        ରାଷ୍ଟ୍ରର ସମ୍ମାନ

ବୁଝି ନିଅ ଆହେ ନର ।


Rate this content
Log in