STORYMIRROR

Usharani Sahoo

Others

4  

Usharani Sahoo

Others

ନାରୀ

ନାରୀ

1 min
317

ନାରୀଟିଏ ସେ ତ ନାରୀଟିଏ

ଅମୂଲ୍ୟ ଦୁର୍ଲ୍ଲଭ ରତ୍ନ ସିଏ

ଯତ୍ନର ସହ ପାଳିଲେ ତାକୁ

ମାନ ମହତକୁ ରଖିଥାଏ।..(୧)


ନାରୀଟିଏ ସେ ତ କନ୍ୟାଟିଏ

ପରୀ ରାଇଜର ପରୀଟିଏ

ସ୍ନେହଭରା ହୃଦୟ ତାହାର

ତା ପରି ନୁହେଁ ତ ସରି କିଏ?..(୨)


ଠୁକୁ ଠୁକୁ ପାଦେ ଚାଲିଥାଏ

ଦରୋଟି ଓଠରେ କଥା କହେ

ସ୍ନେହ ମମତାରେ ବାନ୍ଧି ଦେଇ

ସଭିଙ୍କର ମନ ମୋହି ନିଏ।..(୩)


ନାରୀଟିଏ ସେ ତ ପକ୍ଷୀଟିଏ

ପିଞ୍ଜରା ଭିତର ଶାରୀଟିଏ

ଆଜ୍ଞାକୁ ପାଳନ କରିଥାଏ

ନିଜ ସୁଖ ନିଜେ ଭୁଲିଯାଏ।..(୪)


ମାଳି ବଗିଚାର ଫୁଲଟିଏ

କେତେ ରୂପେ ଫୁଲ ଫୁଟିଥାଏ

ଚଉଦିଗେ ବାସ ଚହଟାଇ

ହୃଦୟକୁ ସେହି ଜିଣିଥାଏ।..(୫)


କେବେ ଭଗିନୀ କେବେ ଜନନୀ

କେବେ ସେ ଗୃହିଣୀ ସାଜିଥାଏ

ଦୁହିତା ହୋଇ ଦୁଇ କୂଳର

ମଙ୍ଗଳ କାମନା କରିଥାଏ।..(୬)


ମାତୃ ରୂପେ ସେ ମମତା ଢାଳେ

ଆଶ୍ରିତ କରେ ପଣତ ତଳେ

ସର୍ଵସୁଖ ସେ ମନାସି ଥାଏ

ତା ପରି ମହାନ ହେଵ କିଏ?..(୭)


ଅପୂର୍ବ ସାହସ ଶକ୍ତି ଦିଏ

ଭାଇକୁ ସ୍ନେହ ସେ ବାଣ୍ଟିଥାଏ

ପତିଙ୍କ ପାଖେ ସେ ଦାସୀ ହୋଇ

ହୃଦୟ ମନ୍ଦିରେ ପୂଜିଥାଏ।..(୮)


ନାରୀଟିଏ ସେ ତ ଶକ୍ତିଟିଏ

ସଂହାରିଣୀ ସେ ବୋଲାଇଥାଏ

ପରିବାରେ ‍‍ ରକ୍ଷାକର୍ତ୍ତା ହୋଇ

ସୁରକ୍ଷା ପ୍ରଦାନ କରିଥାଏ।..(୯)


ଗୃହ ପାଇଁ ଲକ୍ଷ୍ମୀ ପ୍ରତିମାଟେ

ହିତ ଶୁଭକୁ ମନାସୁଥାଏ

ଶୁଭର ବାର୍ତ୍ତା ସେ ଆଣିଥାଏ

ସୃଷ୍ଟି ସର୍ଜନାର ମାଧ୍ୟମ ସେ।..(୧୦)


ଶତୃର ସଂହାର କରିଥାଏ

ଶକ୍ତି ସ୍ୱରୂପିଣୀ ସାଜିଥାଏ

ଝାନ୍ସୀରାଣୀର ରୂପକୁ ଧରି

ଗୃହର ରକ୍ଷା ସେ କରିଥାଏ।..(୧୧)


ନାରୀ ଅସ୍ତିତ୍ଵ ନାହିଁ ସମାଜେ

ଦୁଷ୍କର୍ମ ସଦା ଶିକାର ହୁଏ

ନାରୀ ସୁରକ୍ଷା ଦେଶର ରକ୍ଷା

ଏକଥା ମନେ ରଖ ସଭିଏଁ।..(୧୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍