STORYMIRROR

Seetaram Dash

Others

2  

Seetaram Dash

Others

ନାରୀ

ନାରୀ

1 min
1.3K



ଜନମରୁ ଜୁଇ ଯାଏ,

ଅହ ରହ ଜଲୁଥାଏ।

ପ୍ରଦୀପର ଶିଖା ମୁଁ,

ଆଲୋକ ମୁଁ ବାଣ୍ଟିଯାଏ।


ସୃଷ୍ଟିର ଆଦିମ କାଳୁ,

ଚିର ନିଷ୍ପେସିତ।

ବାଲ୍ୟବିବାହ, ସତିପ୍ରଥା,

ଏ ମୋର ଅତୀତ।


ମିଠୁ, ଆଉ ନିର୍ଭୟା କାଣ୍ଡ,

ଅସ୍ତିତ୍ବକୁ ମୋ କଲା ଖଣ୍ଡ ଖଣ୍ଡ।

ସଠୀରୁ ମଶାଣି ଯାଏ,

ମୁଁ ହୁଏ ନିନ୍ଦିତ।


ଜୀବନରେ ପାଇଲିନି,

ସୁଖ ଅନୁଭୁତି।

ଦୁଃଖ ମୋର ଚିର ସାଥି,

ଯନ୍ତ୍ରଣା ମୋ ଜୀବନ ପରିଧି।


ସୀତାରାମ

ସାନମୂଳାଇ,କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍