STORYMIRROR

Rasmita Dixit

Others

2  

Rasmita Dixit

Others

ନାରୀ

ନାରୀ

1 min
323

      ଦାଦନ

        -----------

ମତେ ବି ତ ମୋ ଠାରୁ

ଦୂରକୁ ଯିବାକୁ ପଡେ

ନିଜ ଭୂମିରୁ ହୁଏ ବିତାଡିତ

 ସାଲିସ କରି ଜିଉଁ ଜିଉଁ

ହସ୍ତ ପଦ କେତେବେଳେ

ହୁଏ ଛିନ୍ନ ତ ------

କେତେବେଳେ ଶୃଙ୍ଖଳିତ। ।


    କଣ୍ଢେଇ

   ----------

ଆଖି ଥାଇ ଦେଖୁଥାଏ

କାନ ଥାଇ ଶୁଣୁଥାଏ

କରିବାକୁ ପଡିଥାଏ

ପାଟି ମୋର ବନ୍ଦ

ଜିଇଁ ଥିବା ଯାଏ ପଡିଥାଏ

ପଡିଥିବା ଯାଏ ଜିଇଁ ଥାଏ

ଛାତିରେ ସମାଧି ନିଏ

ମୋର ହସ କାନ୍ଦ  ।


   ମହମବତୀ

-------------------

ତମାମ ଜୀବନ 

ଦିକିଦିକି ଜଳୁଥାଏ

ନିଜେ ବି ତରଳୁ ଥାଏ

ସ୍ବପ୍ନକୁ ଜଗାଏ

ଅନ୍ଧାର ସହ ସାଲିସ କରିକରି

ଆୟୁଷ ମୋ ସରିଯାଏ  ।


Rate this content
Log in