STORYMIRROR

PUSPALATA SAHOO

Others

3  

PUSPALATA SAHOO

Others

ନାରୀ

ନାରୀ

1 min
353

କେତେବେଳେ ଜନନୀ ,ଭଗିନୀ

ଜାୟା ରୂପେ ସଂଗେ ରହେ ଅର୍ଦ୍ଧାଙ୍ଗିନୀ

ଜନନୀ ହୋଇ ସ୍ତନରୁ ଅମୃତ ଦିଏ ଭରି

ସ୍ନେହ ପ୍ରେମେ ବାନ୍ଧିରଖେ ଭଗିନୀଟିଏ ହୋଇ

ଏ ଦୁନିଆ ଆଗରେ ପୂଜା ପାଏ ସଦା

ସର୍ବଂସହା ସେ ଶକ୍ତି ପ୍ରଦାୟିନୀ।।


କଳୁଷିତ ସମାଜରେ ଆଜି ସେ ଦୁର୍ବଳା

ନର ରୂପି ରାକ୍ଷସ ମାନଙ୍କର

ଲୋଲୁପ ଦୃଷ୍ଟିରେ ଲଜ୍ଜାହୀନ ଶରୀର

ତାର ବିବସ୍ତ୍ର ହୁଏ, ବିଦୀର୍ଣ୍ଣ ହୁଏ

ରକ୍ତାକ୍ତ, କ୍ଷତାକ୍ତ ଶରୀରକୁ ନେଇ

ନିଜ ଜୀବନକୁ ବାଜି ଲଗାଏ

ଦୁନିଆ ଆଖିରେ ଚରିତ୍ରହୀନା ହୁଏ

ଜନନୀ, ଭଗିନୀ,ଜାୟାର ସଂଜ୍ଞାହରାଏ।।


ଶେଷରେ ଦୁଷ୍ଟଙ୍କୁ ବିନାଶିବା ପାଇଁ

ମହିଷାମର୍ଦ୍ଧିନୀ ରୂପରେ ଅବତାର ନିଏ

ସଂସାରରୁ ପାପ ନାଶ କରେ

ଧରାପୃଷ୍ଠକୁ ଉଶ୍ୱାସ କରେ

ନାରୀ ଜନ୍ମ ତାର ସାର୍ଥକ ହୁଏ

ଚେତାଇ ଦିଏ ମଣିଷ ସମାଜକୁ

ସେ ଅବଳା ଦୁର୍ବଳା ନୁହେଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍