ନାରୀ
ନାରୀ
1 min
250
ସରଗସୁତା ଓ ଗଜମୁକୁତା , ନାରୀ ତୁମେ ପରା ଜଗତଜିତା ।
ନୁହେଁ ତୁମେ ଅବଳା କି ଦୁର୍ବଳା , ସଂହାରକାରିଣୀ ଚଳଚଞ୍ଚଳା ।
କ୍ରାନ୍ତି ବିପ୍ଳବ ପୂଣ୍ୟ ସ୍ରୋତସ୍ଵିନୀ , ମଙ୍ଗଳମୟୀ କଲ୍ୟାଣକାରିଣୀ ।
ଦୁଃଖ କଷ୍ଟ ପାଷାଣ ପରି ସହେ, ଅଭିଯୋଗ ନା କାହା ପାଶେ କହେ ।
ବାତ୍ସଲ୍ୟ ମମତା ହୃଦୟେ ଭରା , ଖୁସି ହାସ୍ୟମୟୀ ସ୍ନେହ ପସରା ।
