Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrutyunjaya Sahoo

Others

4.8  

Mrutyunjaya Sahoo

Others

ନାରୀ

ନାରୀ

1 min
199


ସେ ନାରୀ........

ଯାହାର କୋଳରୁ

ସୃଷ୍ଟି ହୋଇଥାଏ

ଏ ସମଗ୍ର ପୃଥିବୀ ।


ସେ ନାରୀ..........

ଯାହାର କୋଳରୁ

ସ୍ୱୟଂ ଜନ୍ମ ନେଇଥାନ୍ତି

ସୃଷ୍ଟିର ସ୍ରଷ୍ଟା ।


ସେ ନାରୀ.........

ଯାହାର ପଣତ କାନିରେ

ଭରିରହିଛି

ଅଜସ୍ର ଭଲପାଇବା

ସ୍ନେହ ଓ ଶ୍ରଦ୍ଧା ।


ସେ ନାରୀ..........

ଯିଏ ବାପାର ପରୀ

ଓ ମା'ର ଗେଲ୍ଲୀ ହୋଇ

ଜନ୍ମ ନେଇଥାଏ ଏ ଧରା ପୃଷ୍ଟରେ ।


ସେ ନାରୀ.............

ଯିଏ ଭାଇର ଖୁସି ପାଇଁ

କଳି କରିଥାଏ

ସାଙ୍ଗ ମାନଙ୍କ ସହ

ଆଉ ରକ୍ଷା କବଚ ବାନ୍ଧିଥାଏ

ତା ଭାଇର ହାତରେ ।


ସେ ନାରୀ..............

ଯିଏ ଅନ୍ୟର ଖିସି ପାଇଁ

ନିଜକୁ ଜଳାଞ୍ଜଳି ଦେଇଥାଏ

ଅନ୍ୟ ଏକ ଅଜଣା ପୁରୁଷ ପାଖରେ ।


ସେ ନାରୀ...........

ଯିଏ ଉପବାସ ରହି

ଦିନରାତି ଡାକୁଥାଏ ଈଶ୍ୱରଙ୍କୁ

ତା ପରିବାରର ମଙ୍ଗଳ କାମନା ପାଇଁ ।


ସେ ନାରୀ...........

ସେ ନାରୀ............

ସେ ନାରୀ............।


Rate this content
Log in