STORYMIRROR

Indrabadal Mohanty

Others

3  

Indrabadal Mohanty

Others

ନାରୀ

ନାରୀ

1 min
928



ନାରୀ ଆଜି ସ୍ନେହରେ

ସାଜିଛି ଭଗ୍ନୀ,

ପ୍ରେମର ରୂପେରେ ସର୍ବଦା ହୃଦୟରେ

ରହିଥାଏ ହୋଇ ପତ୍ନୀ।

ବେଳେ ବେଳେ ରାଗି ଯାଇ

ବେଶ ଧରେ ରୁଦ୍ରାଣୀ,

ନାରୀ ପୁଣି ଶକ୍ତିର ପରିଚୟ ସୃଷ୍ଟି କରେ

ହୋଇ ନାରାୟଣୀ।

ନାରୀ ଇର୍ଷାରେ ରୂପରେ

ଆସିଥାଏ ହୋଇ ଚଣ୍ଡୀ,

କୋପରେ ରେ ସାଜିଥାଏ ନାରୀ

ପୁଣି ହୋଇ ଚାମୁଣ୍ଡି।

ଧ୍ଵଂସରେ ନାରୀ ଆଜି ଜାଗିଉଠେ

ହୋଇ ଦାନବୀ,

ପ୍ରଳୟର ରୂପେ ଆଜି ସବୁଠି ପୂଜିତ

ହୋଇ ମା କାଳୀ।

ଦୟାର ସାଗର ସାଜି ନାରୀ

ଆଜି ଆସିଛି ହୋଇ ଅର୍ନପୂର୍ଣ୍ଣା,

ଧରିତ୍ରୀର ଚରିତ୍ରରେ ସହନଶୀଳତା ରୂପେ

ଦୁନିଆରେ ନାରୀ ଆଜି ଦେଉଛି ପ୍ରେରଣା।

(ଇନ୍ଦ୍ରବାଦଲ ମହାନ୍ତି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍