STORYMIRROR

Parameswar Ojha

Others

3  

Parameswar Ojha

Others

ନାରୀ

ନାରୀ

1 min
368




ନିଜର ସବୁକିଛି ର ପ୍ରତି ବଦଳେ

ଯିଏ ଆମକୁ ଦୁନିଆଁ ର ଆଲୋକ ଦେଖାଅ

ସେ ହେଲା ଜଣେ ନାରୀ


ଯିଏ ଆମ ଅସଜଡା ଜୀବନକୁ ସଜାଡି ଦେଇପାରେ

ସେ ହେଲା ଜଣେ ନାରୀ


ମାନ ଅଭିମାନ ଥଟ୍ଟା ମଜା ସ୍ନେହ

ଭଲପାଇବା ରେ ବାନ୍ଧି ଦେଇ

ଆମ ପାଇଁ ଖାସ୍ ହୋଇପାରେ

ସେ ହେଲା ଜଣେ ନାରୀ


ଆମ ଛୋଟ ଛୋଟ କଥାକୁ ଗୁରୁତ୍ବ ଦେଇ

ନିଜର ସବୁକିଛି ସମର୍ପି ଦେଇପାରେ

ସେ ହେଲା ଜଣେ ନାରୀ


ତା'ର ତମାମ ଜୀବନକୁ ସିନ୍ଥିରେ ଭରି

ମୋ ନାଁରେ ଯେ ବାଢ଼ି ଦେଇପାରେ

ସେ ହେଲା ଜଣେ ନାରୀ


ଭଲରେ ମନ୍ଦରେ ଦୁଃଖ ରେ ସୁଖରେ

ଭାବ ଅଭାବରେ ମୋ ସାଥେ ରହି

ଯିଏ ମୋ ପତ୍ନୀ ବୋଲି ଗର୍ବ କରେ

ସେ ହେଲା ଜଣେ ନାରୀ


ନିଜର ସବୁକିଛି କୁ ଚିପୁଡି ଦେଇ

ଭାଗ ଭାଗ ହୋଇ

ଆମ ପାଇଁ ଯିଏ ବାଣ୍ଟି ହୁଏ

ସେ ହେଲା ଜଣେ ନାରୀ


ଯାହାଙ୍କ ତ୍ୟାଗ ଆଗରେ

ନିଜର ସମସ୍ତ ପୂଣ୍ୟ ବି ନିଅଣ୍ଟ ପଡ଼େ

ଅଣୁ ଟିଏ ଭରଣ ପାଇଁ

ସେ ହେଲା ଜଣେ ନାରୀ


ନାରୀ ନାରୀ ନାରୀ


ସତରେ କ'ଣ ନାରୀ ବିନା

ଗୋଟିଏ ମୁହୂର୍ତ୍ତ ଶାନ୍ତିରେ ବଞ୍ଚି ହୁଏ ?


------------------_-_-_-_-_-_---------------


............ ପରମେଶ୍ବର ଓଝା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍