STORYMIRROR

Mrunmayee Behera

Others

3  

Mrunmayee Behera

Others

ନାରୀ

ନାରୀ

1 min
207


ନାରୀ ନୁହେଁ ସିଏ ନାରାୟଣୀ ରୂପେ

କଲ୍ୟାଣକାରିଣୀ ଦେବୀ,

ଶକ୍ତିର ସ୍ବରୂପା ଦ୍ଵିକୂଳ ମଣ୍ଡିନୀ

‌ବ୍ୟଥା ବେଦନା ର ଛବି ।


 କେବେ ସହିଯାଏ ସମସ୍ତ ଦୁଃଖକୁ 

ପ୍ରସ୍ତର କରିଣ ମନ ,

କେବେ ସାଜି ଥାଏ ଦୁର୍ଗା,କାଳୀ ରୂପ

ଦଣ୍ଡଦିଏ ପାପୀଜନ ।


ମହମ ଠୁଁ ବଳି ହୃଦୟ ଯାହାର

ମାତୃତ୍ଵ ର ନିଦର୍ଶନ,

ଭଗିନୀ, ଜନନୀ,ଜାୟା ରୂପେ ସିଏ

ସଂସାର କରେ ଚାଳନ ।


ପୁରୁଷ ପ୍ରଧାନ ସମାଜରେ ହୋଇ

ଅଦ୍ଵିତୀୟ ଉଦାହରଣ,

ପୁରୁଷ ପାଦରେ ସେ ପାଦ ମିଳାଇ

କରେ ସମାଜର କଲ୍ୟାଣ ।




Rate this content
Log in