STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ନାରୀ

ନାରୀ

1 min
428

@ ଶଶାଙ୍କ ଶେଖର ରାୟ

( ସାଡମ୍ଵରୀ ରୀତିରେ )


ଯନ୍ତ୍ରଣାର ଜଉଗୃହେ ତୁମ ଆର୍ତ୍ତ ଚିତ୍କାର

କର୍ଣ୍ଣପାତ ନ ହୁଏ କୌରବ ସମାଜେ କାହାର ।

ଦଗ୍ଧିଭୂତ ମନ ପ୍ରାଣ କ୍ରନ୍ଦନ ଅନବରତ

ମଙ୍ଗଳ ମନାସ ସଂଧ୍ୟାଦୀପ ସମ ପ୍ରଜ୍ଜ୍ଵଳିତ ।

ତପ୍ତ ଲୋତକେ ଭଷ୍ମ କର ସୁବର୍ଣ୍ଣ ବସୁନ୍ଧରା 

ଦିପ୍ତିମାନ ଆଦିତ୍ୟ ପରି ଝଟକ ଲକ୍ଷେ ହୀରା ।

ସର୍ବଂସହା ଲାସ୍ୟହାସ୍ୟମୟୀ ଦୁଃଖବିନାଶିନୀ

ଶତ୍ରୁକୁ ମିତ୍ର କରିପାର କହି କୋମଳବାଣୀ ।

ନର୍କପତିତରୁ ଉଦ୍ଧାରି ଟାଣିନିଅ ସ୍ଵର୍ଗକୁ

ସ୍ନେହର ପଣତେ ସତେଜ କର ଶୁଷ୍କପତ୍ରକୁ ।

ତୁମ ହସ୍ତେ ସୃଷ୍ଟି ବିଲୟ ପାପପୂଣ୍ୟର ଭାର

ଜନନୀ ଜାୟା ଭଗ୍ନୀ ବହୁରୂପେ ଦିଶ ସୁନ୍ଦର ।


ଅବଳା ଦୁର୍ବଳା କହି ଆସନ ଦିଏ ଜଗତ

ନାରୀ ନୁହେଁ ତୁ ନାରାୟଣୀ ପରି ସଦା ପୂଜିତ ।


ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in