STORYMIRROR

Puspanjali Panda

Others

3  

Puspanjali Panda

Others

ନାରୀ

ନାରୀ

1 min
248

ଗର୍ଭଗୃହରୁବାହାରି,ପୃଥିବୀରେ

ପ୍ରଥମ ପାଦ ଥାପିଲା ଦିନ

ମୁଁ କାନ୍ଦୁଥିଲି,ସେ ହସୁଥିଲା ।

ଏଯାଏଁ ବୁଝିହେଲାନି 

ଏତେ କଷ୍ଟ,ଯନ୍ତ୍ରଣା ,ଲହୁ,ଲୁହ

ଭିତରେ ବି

ତା ଓଠରୁ ,ସବୁତକ ଖୁସି

ହସ ହୋଇ ଝରିପଡେ କେମିତି.....!!!

ଓହୋ, ନାରୀ ମାନେ ଏମିତି।।

ଯଦି ତାକୁ କୁହେ,ତୋ ଖେଳଣା ଦେ

ବେଶୀ ଭଲପାଉଥିବା ଖେଳଣା ଟିକୁ

ଚୁପଚାପ ଦେଇଦିଏ।

ଓଷା,ବାର,ଜାନି ଜାତରାରେ

ସୁଆଦିଆ ଖାଇବାଥାଳିରେ

ତା ଭାଗତକ ବି ମୋର

ସବୁଠିକି ହାତଧରି ନେଇଯାଏ ।

ଏଯାଏଁ ବୁଝି ହେଲାନି

ସଦାବେଳେ କେମିତି ଧାଉଁଥାଏ

ମୋପଛରେ,ଅପଲକ ଆଖିଟିଏ....!!!!

ଓହୋ ,ନାରୀ ପରା ସିଏ।।

ସକାଳୁ ସଞ୍ଜଯାଏ ଜୀବନର ପ୍ରେମର ମୂର୍ଚ୍ଛନା ତୋଳିଲ

ନୂତନ ପୃଥିବୀର ଅନ୍ୱେଷଣରେ 

ଗୋଟିପଣେ ମୋର ହେଇଗଲ,

ବିନା ଦ୍ୱିଧା ରେ ଆଦରିନେଲ

,ମୋ ପାରିବାପଣ ର ସଂସାର।

ଏଯାଏଁ ବୁଝି ହେଲାନି

କେମିତି ଏ ନର୍କ ରୁ ଉଠେଇ

ବିଷ ହଟେଇ,ଅମୃତ ଢାଳିପାରୁଛି....!!!

ଓହୋ,"ନାରୀ" ବୋଲି ପରା ନା ଇଶ୍ୱର ଦେଇଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍