STORYMIRROR

Srinibas Mahalik

Others

3  

Srinibas Mahalik

Others

ନାରୀ

ନାରୀ

1 min
404


ନାରୀଙ୍କ ଦେହରେ ସୁପର ପାଓ୍ବାର

ରହିଛି ସମ୍ପୁର୍ଣ୍ଣ ଭରି

ଯାହା ତାଙ୍କୁ ଦିଅ ବନେଇ ଦେବେ ସେ

ତାହାଠୁ ଗ୍ରେଟର କରି ।।

ସ୍ପର୍ମ ଦେଲେ ତାଙ୍କୁ କିଛି ମାସ ମଧ୍ୟେ

କରିଦେବେ ଶିଶୁ ଜାତ

ଘରଟିଏ ଦେଲେ ବନେଇ ଦେବେ ସେ

ସରଗରେ ପରିଣତ ।।

ଯଦି ତୁମେ ତାଙ୍କୁ ଗ୍ରୋସରି ଦେଉଛ

ଦେବେ ସେ ଖାଇବା ବାଢି

ତାଙ୍କ ମୁହେଁ ଟିକେ ହସ ଭରି ଦେଲେ

ଦେବେ ସେ ହୃଦୟ କାଢି ।।

ପୁରୁଷଙ୍କ ସହ ସମାନ ନୁହଁନ୍ତି

କଦାପି କୈାଣସି ନାରୀ

ପ୍ରତିଟି କ୍ଷେତ୍ରରେ ନାରୀ ହିଁ ଅଟନ୍ତି

ସମ୍ମାନର ଅଧିକାରୀ ।।



ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍