STORYMIRROR

jagabandhu sahu

Others

3  

jagabandhu sahu

Others

ନାରୀ

ନାରୀ

1 min
122

ନାରୀ ତୁମେ ଅଟ ସ୍ନେହ ପ୍ରେମ ମୟୀ

    ମମତାର ପୂଜା ଫୁଲ

ଏଇ ଦୁନିଆଁରେ ତୋର କେତେ ରୂପ

    କିଏ ହେବ ତୋର ତୁଲ ।


ସ୍ରଷ୍ଟାଙ୍କୁ ସୁନ୍ଦର    ସୃଷ୍ଟି ଅନୁପମା

    ହୋଇଥାଏ ଏହି ନାରୀ

ଦୁଃଖ କଷ୍ଟ ସବୁ   ସହି ଯାଇଥାଏ

    ନାରୀ ବସୁନ୍ଧରା ପରୀ ।


ନାରୀ ନାରାୟଣୀ ଅମ୍ବିକା ରୁଦ୍ରାଣୀ

   ତୋ ପାଇଁ ସୁନ୍ଦର ଧରା

ତୁମରି ମାୟାକୁ   ବ୍ରହ୍ମା ବିଷ୍ଣୁ ଶିବ

    ଜାଣି ପାରନ୍ତିନି ପରା ।


Rate this content
Log in