STORYMIRROR

jagabandhu sahu

Others

4  

jagabandhu sahu

Others

ନାରୀ ତୁମେ ନାରାୟଣୀ

ନାରୀ ତୁମେ ନାରାୟଣୀ

1 min
475

ନାରୀ ନୁହେଁ ତୁମେ ଅବଳା ଦୁର୍ବଳା

    ନାରୀ ତୁମେ ନାରାୟଣୀ

ଖଣ୍ତା ଖର୍ପର ଧରି   ଜାଗ୍ରତ ହୁଅହେ

   ତୁମେ ପାପୀ ସଂହାରିଣୀ ।


ଯେଉଁ ହାତେ ଢାଳ ସ୍ନେହ ପ୍ରେମ ପ୍ରୀତି

    ସେଇ ହାତେ ଧର ଖଡ୍ଗ

ନିଜର ସୁରକ୍ଷା ନିଜ ହାତେ ଲେଖ

     ରଚି ନୂଆଁ ଇତିହାସ ।


ଖରାପ ଦୃଷ୍ଟିରେ  ଯେ ଚାହେଁ ତୁମକୁ

    ଦିଅ ତାର ଆଖି ତାଡି

ନିଜ ଇଜତକୁ   ଆସିଲେ ଯେ ଆଞ୍ଚ

    ଖଡ୍ଗେ ଦିଅ ତାକୁ ବଳି ।


ଲକ୍ଷ୍ମୀବାଇ ଆଉ  ଝାନସିଂ ପରି

    ହୁଅ ସର୍ବ ନାରୀ ଗଣ

ନାରୀ ମାସଂ ଖିଆ ରାକ୍ଷସଙ୍କ ରକ୍ତେ

    ଲେଖ ନୂଆଁ ରାମାୟଣ ।


ସେ ଯୁଗେ ରାବଣ  ବଧ ପାଇଁ ସିନା

    ନେଲେ ଅବତାର ରାମ 

ଏ ଯୁଗେ ରାବଣ  ଲକ୍ଷାଧିକ ଯଦି

    ନାରୀ ତୁମେ ରାମ ବାଣ ।


ସନାତନ ଧର୍ମେ  ତୁମେ ନାରୀ ଶ୍ରେଷ୍ଠ

    ନାରୀ ରୂପୀ ନାରାୟଣୀ

ଲକ୍ଷ୍ମୀବାଇ ଆଉ    ଝାନସିଂ ପରି

    ଲେଖ ନିଜର କାହାଣୀ ।


ଘରେ ଘରେ ଏବେ  ରାବଣ ରାକ୍ଷସ

   ଘରେ ଘରେ ଅତ୍ଯାଚାର

ଅନ୍ଯାୟ ଅନୀତି   ଦୁର୍ନିତୀ ବଢୁଛି

     ବଢୁଅଛି ଭ୍ରଷ୍ଟାଚାର ।


କୁନ୍ଦୁଲି ବେବିନା   ମମିତା ରିନା ଯେ

    ଗଲେଣି ଯେ କେତେ ପରୀ

ଧର୍ଷଣ ଲୁଣ୍ଠନ    କରି ଅଙ୍ଗେ ତାଙ୍କ

    ଦେଉଛନ୍ତି ତାଙ୍କୁ ମାରି ।


କଳଙ୍କର ଦାଗ    ଲିଭେଇବା ପାଇଁ

   ନାରୀ ସାଜ ନାରାୟଣୀ

ଆଖି ବୁଜି ଥରେ  ଦେଖ ତ୍ରିନେତ୍ରରେ

    ତୁମେ ମହିଷା ମର୍ଦ୍ଧିନୀ ।


ହଜାର ହଜାର ଟଙ୍କା ତୁମେ ଦେଇ

    କେତେ ଯେ ସାମଗ୍ରୀ କିଣ 

ସେଇ ପଇସାରେ ନିଜ ରକ୍ଷା ପାଇଁ

     ଅସ୍ତ୍ର-ଶସ୍ତ୍ର ତୁମେ ଆଣ ।


ବେଳ ଥାଉ ଥାଉ ହୁଅ ହେ ଜାଗ୍ରତ

   ଆହେ ସର୍ବ ନାରୀ ଗଣ

ନିଜ ରକ୍ଷା ପାଇଁ ସୁସଜ୍ଜିତ ହୁଅ

    କର ଆଜି ଠାରୁ ପଣ ।


Rate this content
Log in