ନାରୀ ଟିଏ..
ନାରୀ ଟିଏ..
1 min
3.1K
ନାରୀ ଟିଏ ସେତ,
ଅନେକ ତା' ଛବି
ମାଗେ ନାହିଁ କିଛି, ଚାହେଁ ନାହିଁ କିଛି,
ତୁଲାଇ ଚାଲେ ସେ,ସମ୍ପର୍କ ସବୁକୁ,
ନିଜ କଥା ତା'ର ଟିକେ ବି ନ ଭାବି
ଆଶା ଓ ଆକାଂକ୍ଷା ସବୁ ବଦଳାଏ,
ରୁଚି ତା'ର ସବୁ କଡ଼ ଲେଉଟାଏ,
ଦୁନିଆ ଆଖିରେ ତ୍ୟାଗର ସେ ହୁଏ ଦେବୀ
ନଦୀଟିଏ ପରି,ଶାନ୍ତ,ସ୍ନିଗ୍ଧ ହୋଇ,
ବହିଯାଏ ସିନା,ସାଗରେ ମିଶିବା ପାଇଁ,
ହେଲେ,ଅସ୍ତିତ୍ବ ତା'ର ବିଳପି ଯେ ଉଠେ,
ଦେଖି ତା'ର ନିଜ ଛବି ।
