STORYMIRROR

Ramesh takri

Others

4  

Ramesh takri

Others

ନାରୀ ତୋତେ ନମସ୍କାର

ନାରୀ ତୋତେ ନମସ୍କାର

1 min
201

  

ନାରୀ ସୃଷ୍ଟି,ସ୍ଥିତି   ପ୍ରଳୟ କାରିଣୀ

    ଅନେକ ନାମ ଯାହାର

ତୋହରି କୃପାରେ   ଏ ଦୁନିଆ ଚାଲେ

    ନାରୀ ତୋତେ ନମସ୍କାର ।୧।


କନ୍ଯା ଅବା ପୁତ୍ର   ସୃଷ୍ଟି କାରିଣୀ ସେ

    ନାରୀ ଅଟେ ନାରାୟଣୀ

ସେବା ଯତନରେ  ସୁଖରେ ଦୁଃଖରେ

    ଆଭୁଲା ରହେ କାହାଣୀ ।୨।


ନାରୀ ସ୍ବୟଂ ଜାୟା ଜନନୀ, ଭଗିନୀ

    ପ୍ରଣୟିନୀ,ମନସ୍ବିନୀ

ସହକର୍ମିଣୀ ଓ ସହଧର୍ମିଣୀ ସେ

    ଜଗତେ ପାରଇ ଜିଣି। ୩।


ମନସ୍ବିନୀ ହୋଇ   ହରଣ କରଇ

    ନର ହୃଦୟ ବେଦନା

ଭଗିନୀ ଭାବରେ   ଭ୍ରାତାକୁ କରଇ

    ସଦା ମଙ୍ଗଳ କାମନା ।୪।


ଜନନୀ ରୂପରେ   କରେ ଆଶୀର୍ବାଦ

    ସଫଳ ହୁଏ ଜୀବନ

ପ୍ରଣୟିନୀ ରୂପେ  ଗଭୀର ପ୍ରେମରେ

     ସିକ୍ତ କରିପାରେ ମନ।୫।


ସୁନ୍ଦରୀ ବେଶରେ   ନୂପୁର ନିକ୍ବଣେ

    ହରଣ କରଇ ମନ

ସହକର୍ମିଣୀ ଓ  ସତୀ ନାରୀ ରୂପେ

    ଅଶିରେ ଉପବେଶନ। ୬।


ଆଜିର ବାଳିକା   ଶିକ୍ଷାନୁଷ୍ଠାନରେ 

    କରୁଅଛି ଅଧ୍ଯୟନ

ପରଘରେ ଯାଇ  ନିୟନ୍ତ୍ରଣକାରୀ

    ହୋଇବ ସେ ଏକ ଦିନ ।୭।


ମାତା ଭୂମିକାରେ ଅଭିନୟ କରି

    ଆପଣା ଗୃହରେ ରହେ

ତା' କାର୍ଯ୍ଯକଳାପ  ସମାଜ ଉପରେ

    ପ୍ରଭାବ ପକାଉ ଥାଏ ।୮।


ସହନ ଶୀଳତା   ଗୁଣରେ ଅଟଇ

    ସର୍ବଂସହା ବସୁନ୍ଧରା

ପ୍ରେମରେ ପ୍ରୀତିରେ  ସେବା ମମତାରେ

    ଝରାଏ ଅମୃତ ଧାରା ।୯।



Rate this content
Log in