ନାରୀ ରାଜ ରାଜେଶ୍ୱରୀ
ନାରୀ ରାଜ ରାଜେଶ୍ୱରୀ
1 min
173
ଈଶ୍ୱରଙ୍କ ଏଇ ସୁନ୍ଦର ସୃଷ୍ଟିରେ
ଚଳନ୍ତି ପ୍ରତିମା ସେହି
କୋଟି ଲାବଣ୍ୟର ପ୍ରତିଛବିଟିଏ
ଆଙ୍କି ଦେଇଅଛି ବିହି l
ବିନୟ ବଚନ ଅଧିକ ମଧୁର
ମନ ତୋଷ କରୁଥାଇ
ତା ' ପାଖେ ହାରିବ ସକଳ ସମ୍ପଦ
ଅନ୍ଧାରେ ଝଲସି ଯାଇ l
ସଂସାରେ ତାହାର ନାହିଁ କେହି ଅରି
ବୋଲି ହୋଇଛି ସେ ନାରୀ
ସବୁ ସୁଷମାର ଅଧିକାରିଣୀ ସେ
ଅଟେ ରାଜ ରାଜେଶ୍ୱରୀ l
