ନାରୀ ନାରାୟଣୀ
ନାରୀ ନାରାୟଣୀ
1 min
360
ତମେ ନାରୀ
ତମେ ନାରାୟଣୀ ।
ତମେ ସୃଷ୍ଟି
ତମେ ସର୍ଜନାକାରିଣୀ।
ତମେ ଶକ୍ତି
ତମେ ସିଦ୍ଧି ପ୍ରଦାୟିନୀ ।
ତମେ ଶାନ୍ତି
ତମେ ସନ୍ତାପହାରିଣୀ।
ତମେ ପ୍ରୀତି
ତମେ ପତିତ ପାବନୀ ।
ତମେ ମୈତ୍ରୀ
ତମେ ମଙ୍ଗଳକାରିଣୀ।
ତମେ ମୁକ୍ତି
ତମେ ମୋକ୍ଷ ପ୍ରଦାୟିନୀ।
ତମେ ଦେବୀ
ତମେ ଦୁଷ୍ଟ ସଂହାରିଣୀ ।
