STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ନାରୀ- ନାରାୟଣୀ

ନାରୀ- ନାରାୟଣୀ

1 min
258

ହୁଅ ତୁମେ ପାରଂପାରିକ ଅବା ଆଧୁନିକ

ନାରୀ - ତୁମେ ମାୟାର ମୂର୍ତ୍ତିମନ୍ତ ରୂପ  

ସନ୍ଥ ତୁଳସି ଦାସ ତୁମଠୁ କି ଦଗା ପାଇଲେ

ପଳ ପଳ ରକ୍ତ ଶୋଷା ବାଘୁଣୀ ଆଖ୍ୟା ଦେଲେ !

ଦ୍ରାବିଡ଼ ସଭ୍ୟତାରେ ଶାସିକା ତୁମେ ରାଣୀ

ଭାରତୀୟ ପରଂପରାରେ ଘରଣୀ ଘରମଣି  

ସ୍ୱକୀୟ ଦୃଷ୍ଟିରେ ଅବୈତନିକ କାମତୁଣୀ

ଘର ଜଗୁଆଳି ମାଳି ଗୁମାସ୍ତା ରାନ୍ଧୁଣୀ  

ବଂଶ ରକ୍ଷା ଲାଗି ତୁମେ ସାଜ ଗର୍ଭଧାରିଣୀ

ପୁରୁଷର ସମ୍ମାନୀୟା ତୁମେ ତ ସହଧର୍ମିଣୀ  

ସୀତା ସାଜି ବନବାସ ସହି ଭୂମିକନ୍ୟା ଭୂଗର୍ଭେ ଗମନ 

ଭରା କୁରୁସଭା ନିର୍ଯ୍ୟାତନା କୁରୁବଂଶ ନାଶର କାରଣ  

ସର୍ବଂସହା ଧରିତ୍ରୀ ଗୋ ସାଗରଠୁ ଆହୁରି ଗଭୀର

ଆକାଶଠୁ ବିଶାଳ ବି ମହିୟସୀ ତୁମେ ତ ଉଦାର  

ପାଳନ ହାର ପ୍ରଭୁଂକ ଚଳନ୍ତି ପ୍ରତିମା ପରମାଣି

ଜନନୀ ଭଗିନୀ ଜାୟା- ତୁମେ ପରା ନାରୀ ନାରାୟଣୀ  



Rate this content
Log in