STORYMIRROR

Sanjya Tripathy

Others

3  

Sanjya Tripathy

Others

ନାରୀ ନାକ ମାସ

ନାରୀ ନାକ ମାସ

1 min
211

ଏବେ ବୟସର ଅପରାହ୍ନରେ ପାଦ ଦେଇଛି

ବୟସର ବାସବଭା- ବିଶ୍ୱବିମୋହିନୀ ନାରୀ

ସେୟା ତା ଆକର୍ଷଣର ଗୁରୁତ୍ୱ ହରାଉଛି

ନା ରୂପର ମାଦକତାରେ ଚାରି ଚାନ୍ଦ ଲଗାଇଛି

ତାହା ସମୟ କହିବା

କାରଣ ସମୟକୁ ବି ରୋକିବାର ସାମର୍ଥ୍ୟ ରଖିଛନ୍ତି ସେ

ଯେ କି ଏକ ମହାଜାଗତିକ, ଅତୀନ୍ଦ୍ରିୟ ଚେତନାରେ

ପରିପୁଷ୍ଟ ସଭା

ସାଧାରଣ ମଣିଷର କ୍ରିୟା ପ୍ରତିକ୍ରିୟା ରତିକ୍ରିୟା

ପରକୀୟା ପୀତ୍ରି ଏଠି ଅର୍ଥହୀନ

ସେ ଏକ ଭାବଲେଶହୀନ ଚେହେରା ବା

ଅର୍ଥହୀନ, ମୂଲ୍ୟବୋଧ ହୀନ ଜୀବନର ପ୍ରତୀକ

ତାରି ଅସହାୟତାର ଖରିଦଦାର ଅନେକ

ରୂପର ବିପଣୀରେ ଘୁରିବୁଲୁଥିବା ଚରିତ୍ର ଗୁଡିକ

ନାରୀ ମାଂସ ଲୋଭୀ, କାମାତୁର, ବିପର୍ଯ୍ୟସ୍ତ ଗୋଷ୍ଠୀ

ପର୍ଯ୍ୟନ୍ତ ଗୋଷ୍ଠୀ ।

ଏ ବାଧ୍ୟବାଧକତା ନୁହଁ କି ଅଂତିମ ବିକଳ୍ପ ନୁହେଁ

[ ଏହା ତାଙ୍କର ଜନମଗତ ଅଧିକାର ଷ୍ଟାଟସ ସିମ୍ବ

କାରଣ ବୀରଭୋଗ୍ୟ ବସୁନ୍ଧରା ପରି ନାରୀ - .ବହୁଭୋଗ୍ୟ

ସମ୍ମୁଜ୍ଜଳ ଐତିହ୍ୟ ସମ୍ପନ୍ନ ଭାରତବର୍ଷର ନୂଆଁ ଚିନ୍ତାଧାରା

ଚଳତା କାରରେ ଗଣଦୁଷ୍କର୍ମ ସେକ୍ସ ଭିଡିଓ ଭାଇରାଲ

ଅବାଧ ଯୌନ କାରବାରର ହନୁକରଣ

ଏପରିକି ସୁନ୍ଦରୀ ନାରୀ ଶବ ସହ ସହବାସର

ଋଷି ମୁନିଙ୍କ ବୈଦିକ ଭାରତରେ

ଗୁରୁକୁଳ ଆଶ୍ରମର ମହନୀୟ ପରମ୍ପରାରେ

ନୈତିକ ମୂଲ୍ୟବୋଧରେ ଭରପୁର ସମ୍ପର୍କର ସୁରମ୍ୟ

ସୃଜନଶୀଳତାରେ

ସାମ୍ପ୍ରତିକ ଘଟଣାବଳୀ ପ୍ରତିଫଳିତ ହେଉଛି

ବ୍ୟତିକ୍ରମ ଏକ ଶ୍ରବଣୀ କବିତାରେ ।



Rate this content
Log in