STORYMIRROR

Prasanta kumar Hota

Others

2  

Prasanta kumar Hota

Others

ନାରୀ ମାୟା ନର ପ୍ରୀତି

ନାରୀ ମାୟା ନର ପ୍ରୀତି

1 min
5.2K


ଦୈହିକ ବାସନା ଦିଏ ନିର୍ଯ୍ୟାତନା

ଦେଉଥାଏ ଭବେ ନିତି

ଜଗତ ଜଞାଳ ମଣିଷର ଆଳ

ନାରୀ ମାୟା ନର ପ୍ରୀତି


ନର ପୈଶାଚିକ ହେଲେ ନଦୀମୁଖ

ମାୟାର ସଂସାର ତଳେ

ନିଶ୍ଚୟ ନୁହେଁ ସେ କାହାପାଇଁ କେବେ

ସର୍ବେ ଯେଣୁ କାଳବଳେ


ପୁରୁଷ ଗୁଣରେ ପୋଉରୁଷ ପ୍ରାଣ

ନାରୀ ଗୁଣ ତାର ମାନ

ନାରୀ ମାନ ଯେବେ ହେଉଥାଏ ନ୍ୟୁନ

ବଢିଯାଏ ଅଭିମାନ


ଅପୌରୁଷ ପାଖେ ନାରୀ ହୀନ ମଣେ

ନାରୀ ଖୋଜେ ପୋଉରୁଷ

ପୁରୁଷର ପେଞ୍ଚା ନାରୀ ମନ ଘେଞ୍ଚା

ଅଦଭୁତ ଏହି ନ୍ୟାସ


ନଗ୍ନତାର ରୂପ ନାରୀ ଦିଏ ସିନା

ପୁରୁଷ କରେ ପ୍ରତିଷ୍ଠା

ନିର୍ଯ୍ୟାତିତା ହେଲେ ପୁରୁଷ ପୁରୀଷ

ନାରୀ ହୋଇଯାଏ ଶ୍ରେଷ୍ଠା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍