STORYMIRROR

K. Nirmal

Others

2  

K. Nirmal

Others

ନାରୀ ମାଂସ ଲୋଭୀ

ନାରୀ ମାଂସ ଲୋଭୀ

1 min
14.1K


ଏ କଳି ଯୁଗରେ ପାପୀ ମାନେ ଏଠି

କରୁଛନ୍ତି ଅତ୍ୟାଚାର,

ଆୟୁଷ ତୋ ଏଠି ବେଶି ଟପୁନାହିଁ

ପଚାଶ ବୟସେ ମର ।।

 ରାଜ ରାସ୍ତା ପରେ ଚାଲି ପାରୁ ନାହିଁ

ଆଜିର ଅବଳା ନାରୀ,

ନାରୀ ମାଂସ ଲୋଭୀ ଝୁଣି ଚାଲିଛନ୍ତି

ଶାଗୁଣା ବିଲୁଆ ପରି ।

 ଧିକ୍ ତୋ ଜନମ ମଣିଷ ପଣିଆ

ରାକ୍ଷସ ଭାବରେ ସୃଷ୍ଟି,

ବାଟେ ଚାଲୁଥିବା ନାରୀ ମାନଙ୍କୁ

ରଖୁଛି ଖରାପ ଦୃଷ୍ଟି ।।

 ସେହି ନାରୀ କୋଳେ ଜନମ ହେଇଛୁ

ଭୁଲିଗଲୁ କି ତୋର ମନେ,

ଯେବେ ତୋ କୋଳରେ ଝିଅଟିଏ ହେବ

ଭାବିବୁ ତୁ ସେହି ଦିନେ ।।

 କେ.ନିର୍ମଳ

ବାସୁଦେବପୁର, ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍