ନାରୀ ଦିବସ
ନାରୀ ଦିବସ
1 min
199
କେବଳ ଦିନଟିଏ କାହିଁକି ନାରୀ ପାଇଁ
ନାରୀତ୍ୱର ଜୟ ଜୟକାର ନାରା ପାଇଁ
ନାରୀବାଦୀମାନଙ୍କ ଆତ୍ମପ୍ରଚାର ପାଇଁ
ସଭା ଶୋଭାଯାତ୍ରାର ଆୟୋଜନ ପାଇଁ
ଗଗନ ପବନ ପ୍ରକମ୍ପିତ କରି ଭାଷଣ ଭାଷିବା ପାଇଁ
ଜନନୀ - ଭଗିନୀ - ଜାୟା - ତନୟାର ପରିଚୟ
କଣ ଆମ (ପାଇଁ) ପାଶେ ଅଢ଼େଇ ଦିନିଆ ସମ୍ପର୍କ??
ଯିଏ ନିଜର ଅସ୍ତିତ୍ଵ ବିଲୀନ କରିଦିଏ
ଘର ସଂସାରର ଛୋଟ ଛୋଟ ଖୁସି ପାଇଁ
ସଳିତା ସମ ତିଳ ତିଳ ଜଳୁଥାଏ
ସଦା ସର୍ବଦା ଆନର ମଙ୍ଗଳ ପାଇଁ
ସେହି ବରେଣ୍ୟା ନାରୀର ଗାରିମା
ଗାୟନ ଲାଗି କଣ ଦିନଟିଏ ସମର୍ଥ
ଆରଦିନକୁ କଣ ପାଇଁ ସଭିଏଁ ନିଶ୍ଚୁପ??
