STORYMIRROR

Sambit Srikumar

Others

3  

Sambit Srikumar

Others

ନାରୀ ଦିବସ

ନାରୀ ଦିବସ

1 min
207


କେବଳ ଦିନଟିଏ କାହିଁକି ନାରୀ ପାଇଁ

ନାରୀତ୍ୱର ଜୟ ଜୟକାର ନାରା ପାଇଁ

ନାରୀବାଦୀମାନଙ୍କ ଆତ୍ମପ୍ରଚାର ପାଇଁ 

ସଭା ଶୋଭାଯାତ୍ରାର ଆୟୋଜନ ପାଇଁ

ଗଗନ ପବନ ପ୍ରକମ୍ପିତ କରି ଭାଷଣ ଭାଷିବା ପାଇଁ 

ଜନନୀ - ଭଗିନୀ - ଜାୟା - ତନୟାର ପରିଚୟ

କଣ ଆମ (ପାଇଁ) ପାଶେ ଅଢ଼େଇ ଦିନିଆ ସମ୍ପର୍କ?? 


ଯିଏ ନିଜର ଅସ୍ତିତ୍ଵ ବିଲୀନ କରିଦିଏ

ଘର ସଂସାରର ଛୋଟ ଛୋଟ ଖୁସି ପାଇଁ

ସଳିତା ସମ ତିଳ ତିଳ ଜଳୁଥାଏ

ସଦା ସର୍ବଦା ଆନର ମଙ୍ଗଳ ପାଇଁ

ସେହି ବରେଣ୍ୟା ନାରୀର ଗାରିମା

ଗାୟନ ଲାଗି କଣ ଦିନଟିଏ ସମର୍ଥ

ଆରଦିନକୁ କଣ ପାଇଁ ସଭିଏଁ ନିଶ୍ଚୁପ??




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍