STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ନାରୀ ବି ନିଷ୍ପତ୍ତି ନେଇପାରେ

ନାରୀ ବି ନିଷ୍ପତ୍ତି ନେଇପାରେ

1 min
141

ନାରୀ ବି ନିଷ୍ପତ୍ତି ନେଇପାରେ

ଚମକିପଡ଼ିଲା ସେ

ବୁଝାମଣା ର ଜୀବନ ଜୀଉଁ ଜୀଉଁ ଆଉ ଅସ୍ତିତ୍ବ କାହିଁ ଯେ!

ଏବେ ତ ନିଜ ନାଁ ବି ଅଚିହ୍ନା ହେଲାଣି

ପକ୍ଷାଘାତ ଭୋଗିଥିଲା ଆତ୍ମା

ଯେବେ ଆଶ୍ଚର୍ଯ୍ୟ ରେ କହିଥିଲେ ସେ

ନାମଫଳକ ରେ ତୁମ ନାଁ!!

ଆଉ ଫାଟି ପଡୁଥିଲି ଗର୍ବରେ

ଅର୍ଦ୍ଧାଙ୍ଗିନୀ ବୋଲି

ଆଖି ଖୋସି ଦେଖିଥିଲେ ପିଲେ

ମିସ୍ତ୍ରୀ ଯେବେ କହିଲା ଏଇ ଜାଗାଟା ମାଙ୍କ library ପାଇଁ

ଆଉ ଏଇଟା

କଥା ଚାଲିଛି

ନାରୀଟିଏ ନିଜ ପାଇଁ ନିଷ୍ପତ୍ତି ବି ନେଇପାରେ

କେଜାଣି ?

ଯେଉଁଦିନ ହୃତପିଣ୍ଡ ନୁହେଁ ଶିଖିଲି ପରିବା କାଟିବାର କୌଶଳ ଶିଖିଲି,

ହାତଗଣ୍ଠି ପଡିବାର ଅନେକ ପରେ ସାତ ଜନ୍ମର ସାଥୀର !!ମୁହଁ ଦେଖିଲି

ସେଦିନରୁ ଆଜିଯାଏ ସନ୍ଦେହରେ

ନାରୀ ଟିଏ ବି ନିଜ ପାଇଁ ନିଷ୍ପତ୍ତି ନେଇପାରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍