STORYMIRROR

Sandhyarani dash

Others

3  

Sandhyarani dash

Others

ନାରାୟଣୀ

ନାରାୟଣୀ

1 min
234

ବାହା ତିଥି ସବୁ ଚାଲି ଯାଉଅଛି

ଚିନ୍ତାରେ ବୋଉ ମୋ ବସି,

ବାପା ପଛେ ପଛେ ଗୋଡ଼ାଇ କହଇ

ଝିଅକୁ ହେଲା ପଚିଶି।


ଚାକିରିଆ ଜ୍ବାଇଁ ଖୋଜି ଦିଅ ଗୋଟେ

ଝିଅ ମୋ ଶାନ୍ତିରେ ରହିବ,

ଭଲ ମନ୍ଦ ଟିକେ ଭିତିରିଆ ବୁଝ

ନିଶାରେ ଗ୍ରସ୍ତ ନ ଥିବ।


ବାପା ଖୋଜୁଥିଲେ ଜମି ବାଡି ଥିବ

ଗାଆଁରେ ନା ଆଁ ତା ଥିବ।

ଧନ ସମ୍ପଦ ରେ ପୁରି ଥିବ ଘର

ଝିଅ ମୋ ଭଲ ରହିବ।


ଶହେ ମାନସିକ ବୋଉର ମୋହର

ଅନେକ ଦେବତା ପୂଜା

ଭଲ ଘରେ ଝିଅ ବାହା ହୋଇ ଯାଉ

ଜ୍ବାଇଁ ହୋଇ ଥାଉ ରାଜା।


ହେଲେ ମୋ ମନରେ ଏତିକି ଭାବେ

ଧନୀ କି ଗରୀବ ହେଉ

ପ୍ରେମରେ ତାହାର ଗଲତି ଥାଉ

ଭଲ ମୋତେ ପାଉ ଥାଉ।


ଦୁଃଖରେ ସୁଖରେ ସମ ଭାଗୀ ହେଉ

ଅନ୍ତରେ ନ ଥାଉ ଛଳନା

ନାରୀ ଅଟେ ମୁହିଁ ନାରାୟଣୀ ପରି

ନ ଭାବୁ ମୋତେ ସେ ଖେଳନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍