STORYMIRROR

Kananbala Das

Others

3  

Kananbala Das

Others

ନାରାୟଣ ବାସୁଦେବାୟ

ନାରାୟଣ ବାସୁଦେବାୟ

1 min
305


ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ

  ନାରାୟଣ ବାସୁଦେବ,

ମୁକୁନ୍ଦ ମାଧବ ଗୋବିନ୍ଦ ଗୋପାଳ

   ନନ୍ଦନନ୍ଦନ କେଶବ


ସମର୍ପିତ ମନେ ଦିବାନିଶି ଥାଉ

  ହରେକୃଷ୍ଣ ହରେରାମ,

ଶ୍ରୀକୃଷ୍ଣ ଗୋବିନ୍ଦ ହରେମୁରାରୀ ହେ

  ଭଜ ମନେ ରାଧେଶ୍ୟାମ


ଅଧର ମଧୁର ବଦନ ମଧୁର

   ମଧୁ ରାଧି ପତେ ମଧୁ,

କଦମ୍ବ ମୂଳରେ ବଂଶୀ ବାଦନ କୁ

   ଝୁରୁଥାଏ ଗୋପ ବଧୂ


ଅଖଣ୍ଡ ସ୍ୱରୂପ ଅତି ପରାକ୍ରମୀ

   ବାସ୍ତବ ରୂପ ଶ୍ରୀକୃଷ୍ଣ,

ନିଷ୍କାମ ମନରେ ନିତ୍ୟ ପ୍ରତି ସ୍ମର

   ବାସୁଦେବ ନାରାୟଣ


କାନକାମ୍ବର ହେ କୌସ୍ତୁଭ ଭୂଷଣ

   ପାବନ ମୁରଲୀ ଧାରୀ,

ଯମୁନା ବିହାରୀ ବୃନ୍ଦାବନ ଚାରୀ

   ଗୋବର୍ଦ୍ଧନ ଗିରିଧାରୀ


ଯଶୋଦା ନନ୍ଦନ ମୀରା ର ଭଜନ

   ହେ ମୁରଲୀ ମନୋହର,

ରାଧା ପ୍ରାଣ ସଖା ଗୋପିକା ବଲ୍ଲଭ

   ହୃଦୟେ ଶ୍ୟାମସୁନ୍ଦର


ଭlବାତିତ ପ୍ରଭୁ ତୁମେ ଗୁଣା ତିତ

    ନାଦବିନ୍ଦୁ କାଳା ତିତ,

ଜନ୍ମ ଜନ୍ମl ନ୍ତରେ ପୁଣ୍ୟଫଳ ମିଳେ

   ତବ ପାଦେ ଯେ ଆଶ୍ରିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍