ନାନୀ (ଆଈ)
ନାନୀ (ଆଈ)
ସମାପ୍ତ ଆଜି ମୋ ସୁଷୁମ୍ନାର ଶକ୍ତି
ମଧ୍ୟଦଣ୍ଡର ଗତି ଏବେ ନିମ୍ନଗାମୀ
ଗୌର ବର୍ଣ୍ଣର ଶରୀର ମୋର ଶ୍ରୀହୀନ
କୃଷ୍ଣ କଳାର କେଶ ମୋର ଶ୍ଵେତାତିତ
ନୟନ ଯୁଗଳର ଜ୍ୟୋତି ମଳିନ
ହସ୍ତ ପଦର ଚଳଣୀ ଆଜି ସ୍ଥଗିତ
ମୁଁ ଆଜି ସତେ ଯେମିତି ଏକ ବୋଝ
ସମସ୍ତଙ୍କ ପାଖରେ ମୋର ପରିଚୟ ଆଜି" ଚିନ୍ତା "|
ଗର୍ଭୁ ଜନ୍ମିତ ମୋ ସନ୍ତାନ ସନ୍ତତିଙ୍କ ନିକଟେ ମୁଁ ମୂଲ୍ୟହୀନ
କିଏ ବାନ୍ଧିବ ମୋତେ ସ୍ନେହ ବନ୍ଧନେ ଏ ପରିଣତ ବୟସେ??
ମୁଁ ଆଜି ନିଃସହାୟ
ହୃଦୟର ଭୟ ଏ ନୟନର ପଥ ଦେଇ ବହିର୍ଗତ ହେଉଛି
ମୋ ମନରେ ଅଙ୍କୁରିତ ହେଉଛି ଅନେକ ପ୍ରଶ୍ନ
ସତରେ କଣ ମୋର ସେବା କରିପାରିବ ମୋ ଅଂଶ?
ସତେ କଣ ମୁଁ ମୋ ନୟନ ପିତୁଳା ପାଇଁ ଆଜି ବୋଝ?
ସତେ କଣ ଆଜି ମୁଁ ଏତେ ଅସହାୟ?
ସତରେ ମୋ ଜୀବନ, ଯଂଜ୍ଞ କୁଣ୍ଡର ଆହୁତି ପରି |
ଅହଲ୍ୟାର ପରିଚୟ ନେଇ ମୁଁ ଆଜି ମୋ ଜୀବନର ଶେଷ ପାହାଚରେ,
ଅପେକ୍ଷାରତ ସେ ସମୟକୁ,
ଯେଉଁ ସମୟ କି ମୋ ହୃଦୟରୁ ସୃଷ୍ଟ ମୋର ଅଂଶକୁ ବୋଝ ମୁକ୍ତ କରିପାରିବ|
