STORYMIRROR

Mrunmayee Behera

Others

3  

Mrunmayee Behera

Others

ନାନାବାୟା

ନାନାବାୟା

1 min
189


ମୋ କଳାମାଣିକ 

ମୋର ପ୍ରାଣଧନ,

ତୋ' ଲାଗି ବଞ୍ଚିଛି

ତୁ ମୋ ଜୀବନ ।।


ତୁ ଆଶାସଳିତା

ମୋ ଦୁଃଖ ପସରା,

ଆରେ ମୋ ଧନ

ମୋ ସରଗ ତରା ।।

କୋଳ ଝୁଲଣାରେ 

ଝୁଲିବୁ ଧନ,

ହୃଦେ ଲାଗିଯା ମୋ

ହୃଦ ଚନ୍ଦନ।।


ତୋ ଟିକିହାତ ଛୁଆଁ

ମୋ ମନେ ଶାନ୍ତି,

ମୋନୟନ ଦେଖିଲେ

ତୁଟଇ ଭ୍ରାନ୍ତି।।

କୁଳ ନନ୍ଦନ ମୋ

ଆଖିର ଜ୍ୟୋତି,

ଆ ଧନ ପାସେ

ମୋ ଗଳାର ମୋତି।।


ତୁହି ଦୂର ହେଲେ

ହାରିବି ପ୍ରାଣ,

ମୋ କୂଳନନ୍ଦନ

ଝୁରେ ତୋ' ଗୁଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍