STORYMIRROR

Sanjya Tripathy

Others

3  

Sanjya Tripathy

Others

ନାଁ

ନାଁ

1 min
207

ତାହା ଥିଲା ଏକ ମୌନ ସକାଳ, କ୍ଷଣଗୁର

ପ୍ରଭାତ

ଯେଉଁଦିନ ନାଁ ଆମକୁ ତାଙ୍କଠାରୁ ଦୂରେଇ

ନେଲେ

ପୁଞ୍ଜିଭୂତ କୋହ, ଉଚ୍ଛାସ ଓ ଦୀର୍ଘଶ୍ବାସ ସହ

ସେ ବରି ନେଲେ ଇଚ୍ଛାମୃତ୍ୟୁ ପାର୍ଥିବ ଶରୀରଟି

ପଡି ରହିଲା ଦେଖଣାହାରୀଙ୍କ ପାଇଁ- ଆମ୍ବା

ମିଳେଇ ଗଲା ପରମାତ୍ମାଙ୍କ ସହ ଆନନ୍ତ ଶୟନ

ସେ କି ଅବା ଏକ ଅନନ୍ତ ଆରମ୍ଭ ବିଷାଦିତ ପୃଥିବୀ

ପକ୍ଷୀମାନେ ଉଡିଗଲେ ଝଡି ଭଡା ଦେଇ

ବୁ କୁକୁର ମାନେ ଦୌଡି ପଳେଇଲେ

ଏକ ନିର୍ମଳ ଗ୍ରୀଷ୍ମର ପ୍ରଶନ୍ତ ପରିବେଷ୍ଟନୀରେ

ଆତ୍ମୀୟ ସ୍ଵଜନ ଏକତ୍ରିତ ହେଲେ- ଜଣାଇବାକୁ

ଶେଷ ବିଦାୟ

ଦୂରାଗତ ପୁଅ ବୋହୁ, ଝିଅ ଜ୍ବାଇଁଙ୍କ ପାଇଁ ଅପେକ୍ଷା

ମୃଦୁ ଶୀତଳ ପାନୀୟରେ ଆପ୍ୟାୟିତ ହେଲେ

ସମବେଦ ବନ୍ଧୁବର୍ଗ

ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଗଲା ରାଜଘାଟରେ

ଗୋଟିଏ କାଚ ବାକ୍ସରେ ରକ୍ଷିତ ନାଁକ ଜୀବନ୍ତ ଶବ

ଶବବାହକ ଗାଡି ଆସିଗଲା- ଆସିଗଲେ ଦୂରାଗତ

ଆମୀୟ ସ୍ଵଜନ

ତାପରେ ରାମ ନାମ ସତ୍ୟ ହେ....

କ୍ରିୟାକର୍ମ ସହିତ ଦୁଇ ଗୋଟିଏ ପ୍ରଜ୍ଜଳିତ ହେଲା

ଶୋକର ପରିବେଶରେ ସମସ୍ତେ ସମସ୍ତଙ୍କୁ ସାନ୍ତ୍ଵନା ଦେଲେ

ମୁଁ ନିଜକୁ ସାନ୍ତ୍ଵନା ଦେଲି- ଦୂର କରି ସମସ୍ତ ବିବାଦ

ଜୀବନ ମୃତ୍ୟୁ ଗୋଟିଏ ବୋହୁ ଚୋରି ଖେଳ- କିଏ କେବେ

କେଉଁଠି ବିଦାୟ ନେବେ କହିବା କଠିନ- ଭିବିତବ୍ୟ

ଏକ ଦୀର୍ଘଶ୍ବାସ ନେଇ ମିଶିଗଲି ଗୁଜବର ରାତ୍ରିରେ

ଶର୍ବରୀ ମାୟାରେ ।



Rate this content
Log in