STORYMIRROR

Bijay Prusty

Others

4  

Bijay Prusty

Others

ନାମ ତାର ମୃତ୍ୟୁ

ନାମ ତାର ମୃତ୍ୟୁ

1 min
476

ସାନ ବଡ ମାନେ ନାହିଁ

ମାନେ ନାହିଁ ଧନୀ କି ନିର୍ଦ୍ଧନ

ନାରୀଟିଏ ହେଉ ଅବା 

ପୁରୁଷ ସେ କିଛି ଦେଖେ ନାହିଁ

ତା ଆଗରେ ସଭିଏଁ ସମାନ I


ଶିଶୁ କିଶୋର ଯୁବକ

ପ୍ରୌଢ ଅବା ବୃଦ୍ଧଟିଏ ହେଉ

ସମସ୍ତେ ତା ଆପଣାର

ସୁସ୍ଥ ଅବା ରୋଗେ ସଢୁଥାଉ I


ସଚ୍ଚା ସାମ୍ୟବାଦୀ ସିଏ

ତା ଆଗରେ ସଭିଏଁ ସମାନ

ଗୋଟିଏ ନିକିତି ଧରି ତଉଲେ ସଭିଙ୍କୁ

ତା ଆଗରେ କେହିନୁହେଁ ବଡ ଅବା

କେହି ଜଣେ ସାନ I


ମୃତ୍ୟୁ ସିଏ ଜୀବନର ସର୍ବଶେଷ ଦୃଶ୍ୟ

ଅନ୍ତହୀନ ଆବେଗର ଅନ୍ତିମ ଆଲେଖ୍ୟ

ଜୀବନ ସରଣୀର ସେ ଅନ୍ତିମ ସେପାନ

ଯେତେବେଳେ ଇଚ୍ଛା ହୁଏ

ଜୀବନକୁ କରେ ଆଲିଙ୍ଗନ I



Rate this content
Log in