Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SACHALA GURU

Others

3  

SACHALA GURU

Others

ନାଲି ରକ୍ତ

ନାଲି ରକ୍ତ

1 min
253


ମାନବ ଜୀବନ ଉତ୍ଥାନ ପତନ 

 କେବେ ସୁଖୀ କେବେ ଦୁଃଖି 

ସମୁଦ୍ର ଲହଡି ଆସିଥାଏ ମାଡି 

  ଜୁଆର ଭଟ୍ଟା ପରଖି ||


ସମାଜରେ ଥାଇ ଭାବ ମୂର୍ତ୍ତି ନେଇ 

 ଜାତି, ଧର୍ମ, ବର୍ଣ୍ଣ ମଧ୍ୟେ

ବିଭିନ୍ନ ସମସ୍ୟା ଉପୁଜଇ ଥାଇ 

 କଳୁଷ ଭାବ ସନ୍ନିଧେ ||


କାମ କ୍ରୋଧ ଲୋଭ ମୋହ ମାୟାଦିର 

 ଜାତ ହୁଏ ଷଡ଼ରିପୁ 

ଅଜ୍ଞାନତା ଶୂନ୍ୟ ପଶୁତୁଲ୍ୟ ହୋଇ 

 ହିଂସାରେ ତନୁ ସମର୍ପୂ ||


କଳି ଯୁଗେ ନର ରାକ୍ଷସ ପାମର 

 ଚିନ୍ତାଧାରା କଳୁଷିତ 

ତା ଆଗେ କି ପିତା ତା ଆଗେ କି ମାତା 

 ସେ ହୁଅଇ ନାଲି ରକ୍ତ ||


ବୁଝେ ନାହିଁ ଭଲ ବୁଝେ ନାହିଁ ମନ୍ଦ 

 ସବୁ ତା ଆଗେ ସମାନ 

ପତି ପତ୍ନୀ ଭାବ ହୁଅଇ ଅଭାବ 

 ନ ଥାଏ ମାନ ସମ୍ମାନ ||


କୁରୁ ବଂଶ ପୁତ୍ର ଦୁର୍ଯ୍ୟୋଧନ ସେ ତ

 କ୍ରୋଧାନଳେ ବଶୀଭୂତ 

ପାଣ୍ଡଵମାନଙ୍କୁ ନିପାତ କରିବା 

 ଥିଲା ତାଙ୍କ ନାଲି ରକ୍ତ ||


ନକରାତ୍ମା ଚିତ୍ତ ଵୁଝେନା ମହତ 

 ଅଜ୍ଞାନ ଅନ୍ଧାରେ ପଡି 

ଆଲୋକର ପଥ ସୁଗମ କରତ 

 ସକାରାତ୍ମା ମନ ଭିଡି ||


 








Rate this content
Log in