ନାଲି ଚା
ନାଲି ଚା
1 min
139
ବହୁଦିନ ପରେ ଆଜି
ବୋଉ ଚା' ତିଆରି କରିଛି
ତା ପୁଅ ପାଇଁ ।
ପିଉ ପିଉ ମନେ ପଡିଗଲା
ପଚାଶ ବର୍ଷ ତଳର
ମୋ ପିଲାଦିନର ମନକଥା ।
ଦି ଢୋକ ପିଇଦେଇ
ବୋଉ ପାଖରେ ଯାଇ ଅଳିକରିଲି ।
ଏ କଳା ଚା' ଆଉ ଭଲଲାଗୁନି
ଆଉଥରେ ଚା' କରିଦେ
ଆମ ଦୁର୍ଦିନ ସମୟରେ
ସେ ପିଆଇଥିବା ତା ଜୀବନର
ସେଇ ପ୍ରଥମ ନାଲି ଚା' ଟିକ
ଯାହା ଭିତରେଦେଇ
ସଫା ସଫା ଦେଖା ଯାଉଥିବା
ଚା' କପର ତଳ ଅଂଶ
ସତେଯେମିତି ।
ଅହଂକାରର ମିଛ ସପନ ଟିକ ପ୍ରାୟ ।
ମା' ପୁଅର ସୁଖ ଦୁଃଖର
ଭଲପାଇବାର ଅତୁଟ ବଂଧନ
