ନାଇଁ ଫିକବ୍ ଭାତ୍
ନାଇଁ ଫିକବ୍ ଭାତ୍
ଅଗଲ୍ଲା ଭାତ୍ କେ ଫିକି ଦଉଛୁ
ବାସି ହେଇଗଲା କହି,
ଯା ଦେଖି ଆଏବୁ ଗରିବ୍ ଘର୍ କେ
ତାହାକେ ଥିସି ଚାହିଁ ।
ଗରିବ୍ ଲୋକ୍ କେ ଦେଇଦେବୁ ରେ
ନାଇଁ ଫିକବୁ ଭାତ୍,
ବଡା ପୁଇନ୍ ତୁଇଁ ଆରଜନ୍ କରବୁ
ଗରିବ୍ ନାଇ ମାରେ ଲାତ୍ l
ପଖାଲ୍ ମୁଠେ ଲାଗି କଲବଲ୍ ହେସି
ଇ ଖୁଲି ସେ ଖୁଲି ବୁଲି,
କେତେବେଲେ କିଏ ଦେତାକାଏ ମୁଠେ
ବୁଲୁଥିସି ଗଲି ଗଲି ।
ଗରିବର୍ ମୁହେ ହସି ଭରିଦେବୁ
ଭାତ ମୁଠେ ଦେଇ,
ଅଜାନତ୍ ରେ ଯାହା ପାପ୍ କାମ୍ କରିଥିବୁ
ସବୁ ଯିବାରେ ଧୁଇ ।
ଭଗବାନ୍ ଲେଖେ ପୂଜା କରବା ତତେ
ଦେବାରେ ଆଶିର୍ବାଦ୍,
ତୋର୍ ଛୁଆ,ପିଲା,ପରିବାର୍ ବନେ ରହେବେ
ପାଏଲେ ତାର୍ ଆଶିର୍ବାଦ୍ ।
ଯେତ୍'କି ଖାଏବ ସେତକୀ ରାନ୍ଧବ୍
ନାଇଁ ଫିକବ୍ ଭାତ୍ କେହି,
ଭାତ୍ ମୁଠେର୍ ଲାଗି ସବୁ ନାଟକ୍ ଚାଲିଛେ
ଧନୀ ହେଉ କି ଗରିବ୍,ଦୁଖି ।
