STORYMIRROR

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ନାହିଁ ତାଙ୍କ ଗୋଡ ହାତ

ନାହିଁ ତାଙ୍କ ଗୋଡ ହାତ

1 min
149


 ଜଗତର ନାଥ ବୋଲାଅ କାଳିଆ 

 ନାହିଁ ତୁମ ଗୋଡ଼ ହାତ

 ଭକତର ଦୁଃଖ ଦୂର କର ତୁମେ

 ଭକ୍ତ ପ୍ରେମେ ହୋଇ ପ୍ରୀତ ।


 ଦୁଇ ହାତ ଟେକି ପାଞ୍ଚାଳି ଡାକିଲା

 ଲଜ୍ଜା ନିବାରଣ କଲ 

 ଦୁଇ ହାତ ଟେକି ଦାସିଆ ଡାକିଲା

 ଶ୍ରୀଫଳ ତା ହାତୁ ନେଲ ।


 ହାତଟେକି ସାଲବେଗ ଯେ ଡାକିଲା

 ଭକ୍ତିରେ ହୋଇଲ ଲୀନ

 ବଡ଼ଶଙ୍ଖ ଠାରେ  ଅଟକି ରହିଲ

 ହେ ମୋର କଳା ବାମନ ।


 ପ୍ରହଲ୍ଲାଦ ହାତ ଟେକି ଯେ କହିଲା

 ଖମ୍ଭରେ ଅଛନ୍ତି ହରି

 ଭକ୍ତର ଡାକରେ ଉଭା ହେଲ ପ୍ରଭୁ 

 ନୃସିଂହ ରୂପକୁ ଧରି ।


 ଯୁଗେଯୁଗେ ପ୍ରଭୁ ତୁମେ ଯେ ଭକ୍ତର

 ଭକ୍ତ ପାଇଁ ଅବତାର

 ଭକ୍ତ ମନୋବାଞ୍ଛା ପୂର୍ଣ୍ଣକର ତୁମେ

 ଜଗତକୁ ରକ୍ଷା କର ।


 ସଂସାର ସାଗର ପାରହେବା ପାଇଁ

 ତୁମ୍ଭ ନାମ ଏକା ସାର

 ତୁମ୍ଭ ନାମ ଗାଇ ଅଥଳ ସାଗରୁ

 ହୋଇ ଯିବି ମୁହିଁ ପାର ।


 ଦୁଇ ହାତ ଟେକି କରୁଛି ମୀନତି

 ପ୍ରଭୁ ତୁମ୍ଭ ଶ୍ରୀ ପୟରେ

 ସୁକର୍ମରେ ଥାଉ ସଦା ମୋର ମତି

 ଲାଗେ ମୁଁ କାହା ସେବାରେ ।



Rate this content
Log in