STORYMIRROR

Kalyani Nanda

Others

3  

Kalyani Nanda

Others

ନାହିଁ କେ ତା ପରି

ନାହିଁ କେ ତା ପରି

1 min
240

ସ୍ବାଧୀନତା ସଂଗ୍ରାମେ ବ୍ରତୀ ଥିଲେ ଯେ ଆଗୋ ଦୀପ୍ତିମୟୀ,

କରବାଳ ଧରି କରେ  ଆସୁଥିଲ  ଯେବେ  ଅବତରି,

ରଣହୁଙ୍କାରେ  ତବ ଗଗନ, ପବନ ଉଠୁଥିଲା  ଥରି,

କୂଳବଧୂ ଲାଜ ଛାଡ଼ି,ହେଲ ତୁମେ ସ୍ବାଧୀନତା ସଂଗ୍ରାମୀ,

                    କିଏ ବା ହେବ ତୁମ ପରି ?

                   ଶକ୍ତିରୂପିଣୀ ତୁମେ ରାଣୀ ଲକ୍ଷ୍ମୀବାଈ।


ଭଗିନୀ,ଜନନୀ,ଜାୟା ରୂପେ ତୁମେ ଥିଲ ସ୍ନେହମୟୀ,

ପୃଷ୍ଠେ ଧରି ଶିଶୁ ସନ୍ତାନ,ସଂଗ୍ରାମେ ଥିଲ  ଅବତରୀ,

ରଣାଙ୍ଗନେ ଉଲକା  ସମ ତୁମେ ଥିଲ ସଂହାର କାରିଣୀ,

ଶତୃ ହୃଦେ ଜଗାଇ ଭୀତି, ରଣକ୍ଷେତ୍ରେ ଥିଲ ଝଡ଼ ପରି,

                   କିଏ ବା ହେବ ତୁମ ପରି ? ?

                   ଅରି ନାଶିନୀ ତୁମେ ରାଣୀ ଲକ୍ଷ୍ମୀବାଈ ।।


ଗର୍ବିତା  ଆଜି ଏ  ବସୁନ୍ଧରା  ତୁମ ପରି  ଦୁହିତା  ପାଇ,

ଜନ୍ମମାଟି, ମାତୃଭୂମି ର ତୁମେ ଯେ ବୀରାଙ୍ଗନା ନାରୀ ,                                              ସାଥେ ସଦା ତୁମ  ବ୍ରତେ ବ୍ରତୀ  ନାନା ଓ  ତାତ୍ୟାଟୋପି,

ବହ୍ନିକନ୍ୟା ତୁମେ  ଥିଲ  ଦେଶ ମାତୃକାର ପ୍ରଜ୍ଜ୍ଵଳିତ ବହ୍ନି,

                    କିଏ ବା ହେବ ତୁମ ସରି ???

                   ଦ୍ୟୁତିମୟୀ ତୁମେ ରାଣୀ ଲକ୍ଷ୍ମୀବାଈ ।।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍