ନାଗାର୍ଜୁନ ବେଶ
ନାଗାର୍ଜୁନ ବେଶ
1 min
106
ନାଗାର୍ଜୁନ ବେଶେ ବଳିଆର ପାଶେ
ବସିବେ କାଳିଆ ସାନ୍ତ
ପଚିଶ ବରଷ କାଳିଆର ହସ
ଦେଖିବେ ପୁଣି ଭକତ ।।
ସୁନ୍ଦର ଲାଗିବ ପଡିବ ଉଠିବ
ସାରା ଭାରତ ପୁଣି
କରନାର ବଧ ହୋଇଯିବ ସିଧ
ନାଗାର୍ଜୁନ ବେଶ ଶୁଣି ।।
ସେଥିପାଇଁ ଜଗା ହେଇଛିରେ ଉଭା
ନୂଆ ବେଶ ଧାରଣରେ
ହୁଳହୁଳି ଦିଅ କୃଷ୍ଣ ରାମ କୁହ
ଦୁଃଖ ହଟୁ ଭାରତରେ
ଦୁଃଖ ହଟୁ ଭାରତରେ ।।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ
ଭବ ତୁମେ ଭବ ତୁମେ
