ନାବକେଳି
ନାବକେଳି
ବୁଢ଼ା ନାଉରୀଆ ବେଶ / ହୋଇ ଦିନେ ହୃଷିକେଶ
ନାବନେଇ ଉପଗତ / ଯମୁନା କୂଳେ
ମୁଣ୍ଡ ରେ ବନ୍ଧା ପଗଡ଼ି / ହାତେ ଧରି କାତ ବାଡି
ଡାକୁଛନ୍ତି ଆସ କିଏ / ଯିବ ସେପାରେ
ଉଛୁଳେ ଯମୁନା ଜଳ / ମନରେ ଭୟ ନକର
ମୁଁ ଡଙ୍ଗା ଚଳାଏ ନିତି / ଏ ଅଗାଧ ଜଳେ ,
ନାବନେଇ ଉପଗତ / ଯମୁନା କୂଳେ ।।
ଶ୍ୟାମଳ ଶ୍ୟାମ ବରଣ / ଶାନ୍ତ କାନ୍ତ ମନୋରମ
ସୈାମ୍ୟକାନ୍ତ ରୂପ ବନ୍ତ / ସ୍ମିତ ହସରେ
କଳ କଳ ଛଳ ଛଳ / ସ୍ଵତ୍ସ ଯମୁନା ର ଜଳ
ଉଲୁସୀ ଉଠଇ ଦେହ / ମୃଦୁ ହିଲ୍ଲୋଳେ
ଏକାଳେ ରାଧୀକା ରାଣୀ / ସଙ୍ଗେ ଗୋପ ଗୋପାଳୁଣୀ
ମଥୁରା ହାଟ ଗମନେ / ହେଲେ ସତ୍ତ୍ଵରେ,
ନାବନେଇ ଉପଗତ / ଯମୁନା କୂଳେ ।।
ଦହି,ଦୁଗ୍ଧ,ଛେନା,ସର, / ଲବଣୀ ଭାଣ୍ଡର ଭାର
ପାରହେବୁ ନାଉରୀଆ / ଆସ ଆସ ରେ
ଆସ ଆରେ ଗୋପ ଗୋଇ / ପାରକରିଦେବି ମୁହିଁ
ଜଣ ଜଣ କରି ମୋର / ଏ ଭଙ୍ଗା ନାବରେ
ଆସ ରେ ନବ ଛଇଳା / ଦକ୍ଷ ନାବିକ ମୁଁ ପରା
ଡର ପରିହାର କର / ଭୟ ନାହିଁ ରେ
ନାବନେଇ ଉପଗତ / ଯମୁନା କୂଳେ ।।
ନାବିକ,ସଂସାର ସାଗର / ପାର କରେ କୃଷ୍ଣ ନାଗର
ତାହାତରେ ଭାଗ୍ୟ ଡୋରି / ପାପ, ପୁଣ୍ୟ ରେ
କର୍ମ ତୋ ଜୀବନ ସାଥି / ସବୁ ମିଶି ପଥେ ସାରଥୀ
ସେ ନାବିକ ବଡ଼ ଚତୁର / ହିସାବ କରେ
ମାୟା ମୋହ ପାପ ଚକ୍ଷୁ / ଖୋଲ, ନାବକେଳି କରିବୁ
ତା ଦଦରା ନାବ ଭିତରେ / ମାୟା ସାଗରେ
ନାବନେଇ ଉପଗତ / ଯମୁନା କୂଳେ ।।
ବୃଷଭାନୁ ସୁତା ଯେବେ / ବସିଲେ ଯାଇ ନାବରେ
ମାୟା କଲେ ମାୟାଧର / ନଦୀ ମଝିରେ
ନିଜରୂପ ପ୍ରକାଶିଲେ / ନାବେ ନାବକେଳି କଲେ
ନଜାଣଲେ ଗୋପାଙ୍ଗନା / କିଛିହିଁ ତିଳେ
ଅଭିନ୍ନ ଯୁଗ୍ମ ମୂରତି / ଫେଡ ପ୍ରଫୁଲ୍ଲ ଦୁର୍ଗତି
ଜଣାଏ ରାଧା ମାଧବ / ଚରଣ ତଳେ,
ନାବନେଇ ଉପଗତ / ଯମୁନା କୂଳେ ।।
