STORYMIRROR

Chittaranjan Nanda

Others

4  

Chittaranjan Nanda

Others

ନ ହୁଅ ଅଣଲେଉଟା ପାରା

ନ ହୁଅ ଅଣଲେଉଟା ପାରା

1 min
297


ବିଶ୍ୱାସ ନେତ୍ରରେ ଦର୍ଶନ କରିଲେ ଜଗତର 

ସବୁ ସ୍ଥାନ ଲାଗେ ଭାରି ସୁନ୍ଦର

ଶ୍ରଦ୍ଧା ପ୍ରେମ ପ୍ରୀତି ଶୁଦ୍ଧ ସୁଧାମୟ ଭାବନାରେ 

ଘର ବି ଲାଗେ ପୁଣ୍ୟ ତୀର୍ଥ ମନ୍ଦିର ।୧।


ଜୀବନର ପରିପୂର୍ଣ୍ଣତା ନିମିତ୍ତ ରହିଛି ଅସରନ୍ତି 

କାମନା କିନ୍ତୁ ରାସ୍ତା ବିଷମ

ସୃଷ୍ଟିର ବିଧାନ ଓ ତାର ପ୍ରକାର ଜାଣିବାକୁ ଛାର 

ମଣିଷ ସେ ହୋଇବ କି କ୍ଷମ ।୨।


ମଣିଷ ମନର ଭାବନାରୂପୀ ପବନକୁ ମତାନ୍ଧତା

ଧର୍ମାନ୍ଧତାରେ କରି ଦେଲେ ବନ୍ଦୀ 

ଦୁନିଆର ବିଭିନ୍ନ ଚିନ୍ତାଧାରାକୁ ଜାଣି ପାରିବକି 

ଏକ ଅଳୀକ ଭାବନାରେ ହେବ ରୁନ୍ଧି ।୩।


ତେଣୁ ଆମର ସମସ୍ତ ଶାସ୍ତ୍ର ପୁରାଣ ଅନୁସାରେ

ତପସ୍ୟା କରିବା ବ୍ୟତିରେକ 

ସାଧନାରେ ବିନା ତପ ପ୍ରସାଦ ନପାଇଲେ ମିଳି

ପାରିବନି ପ୍ରକାଶ ହେବନି ସର୍ବଲୋକ ।୪।


ଲୋଭ ମୋହ ମଦ ମାଶ୍ଚର୍ଯ୍ୟର ଭିତରେ ନଜେ 

ପୁରାପୁରି ଆପ୍ୟାୟିତ ହୋଇବ

ଅଣ ଲେଉଟା ପାରା ପରି ଅଦୃଶ୍ୟତାର ସୀମାହୀନ 

ପଥେ ଖାଲି ଘୁରି ବୁଲିବାହିଁ ସାର ହେବ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍