STORYMIRROR

Niranjan Sahu

Others

3  

Niranjan Sahu

Others

ନ ବୁଝିଲେ ନାହିଁ

ନ ବୁଝିଲେ ନାହିଁ

1 min
409

ସମସ୍ତେ କୁହନ୍ତି ଆଜିକାଲି ଟୋକା   

   ମଦୁଆ ସମସ୍ତେ ହେଲେ

ଜାଣି ଶୁଣି ଆମର ଭୁଲ କରିଛୁ

 ( ଜନ୍ମରୁ) ବୋତଲ ଧରେଇ ଦେଲେ  


ମାଆର ଖିରର ମୂଲ୍ୟ ବୁଝିଲେନି

   ସୌନ୍ଦର୍ଯ୍ୟର ଦ୍ୱାହି ଦେଇ

ସ୍ନେହ ମମତାକୁ ପଛରେ ପକେଇ

    ବୋତଲ ଦେଲେ ଧରେଇ


ମାଆ ବାପା ଗଲେ ଚାକିରୀ କ୍ଷେତ୍ରକୁ

     ଦାଇ ଜଗିଥାଏ ପିଲା

ମାଆ ଖିର ସିଏ କେଉଁଠୁ ପାଇବ

     ବୋତଲ ଧରେଇଦେଲା


ନିଜପିଲା ପାଇଁ ସମୟ ଦେଲନି

    ଟଙ୍କା ହେଲା ଖାଲି ସାର

ବଡ଼ ହୋଇ ପୁଅ ବୋତଲ ଧରିଲେ

    କିବା ଅଛି ଦୋଷ ତାର


ନିଶ୍ଚିତ ସମ୍ପତି ଜାଣିପାରିଲନି

   ଅନିଶ୍ଚିତ ପଛେ ଧାଇଁଲ

ବଡ଼ ହୋଇ ଛୁଆ ଅବାଟରେ ଗଲା

    ଅନୁତାପ ଖାଲି କରିଲ 


ସଂସ୍କାର ଯଦି ଦେଇ ନ ପାରିଲ

    ଦୋଷ ଦେଇ ଲାଭ ନାହିଁ

ବୁଝିବା ଲୋକ ମୋ କଥା ବୁଝିବ

      ନ ବୁଝିଲେ ନାହିଁ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍